ତାଳପଦର ସ୍ଥିତ ନିର୍ମାଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ନିଲମ୍ବିତ

Published By : Prameya-News7 Bureau | January 23, 2021 IST

ନବରଙ୍ଗପୁର ୨୩।୦୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ତାଳପଦର ସ୍ଥିତ ନିର୍ମାଣାଧିନ ବ୍ରିଜ୍ ଭୁଶୁଡିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ନିଲମ୍ବିତ । କାଯ୍ୟରେ ଅବହେଳା ଯୋଗୁଁ ସେ ନିଲମ୍ବିତ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଈଆଇସି ଓ ମୁଖ୍ୟ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରି ଯାଂଚ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତାଲାପଦର ଗ୍ରାମ ଠାରେ ନାଗୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡିଥିଲା ସେଣ୍ଟ୍ରିଂ ଦୁର୍ବଳ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅଘଟଣ ହୋଇଥିଲା । ଏହି ଘଟଣାରେ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଶିତ ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ନିର୍ବାହୀ ଯନ୍ତ୍ରୀ ସନ୍ତୋଶ କୁମାର ସାମଲଙ୍କ ଅବହେଳା ଦର୍ଶାଇ ତାଙ୍କୁ ମଧ୍ୟ କାଯ୍ୟରୁ ନିଲମ୍ବନ କରାଯାଇଛି । ପୋଲ ଭୁଶୁଡିବା ଘଟଣାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.