Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ମାଲକାନଗିରିରେ ଆରମ୍ଭ ହୋଇଛି ପୋଲ ମରାମତି

22/08/2018 at 1:00 AM

ମାଲକାନଗିରି ୨୨/୮: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଖଇରପୁଟ ବ୍ଲକର ଆମ୍ମାକୁଣ୍ଡ ଯିବା ରାସ୍ତାରେ କୁମାରପୁଟ ପୋଲ ଧୋଇ ଯିବାରୁ ପ୍ରସିଦ୍ଧ ଶୈବ ପୀଠ ଆମ୍ମାକୁଣ୍ଡକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ତାହା ସହିତ ମାଝୀଗୁଡା, କେନ୍ଦୁଗୁଡା ଓ ଗମ୍ଭାରୀ ଭଟ୍ଟାକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଯାହା ଫଳରେ ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଥିଲେ । ଆଜି ସ୍ଥାନୀୟ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶୀଶାଙ୍କ ତତ୍ୱାବଧାନରେ ସେହି ଧୋଇ ହୋଇଥିବା ପୋଲର ମରାମତି ଚାଲିଛି । ସ୍ଥାନୀୟ ଯୁବକମାନେ ସହଯୋଗର ହାତ ବଢାଇ ପୋଲଟିକୁ ନିର୍ମାଣ କରୁଛନ୍ତି । ବିଧାୟକଙ୍କ ଏହିଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

   Related Posts