ତିନି ବର୍ଷ ପରେ ବି ଶେଷ ହୋଇପାରୁନି ସେତୁ : ୨୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ହନ୍ତସନ୍ତ

Published By : Prameya-News7 Bureau | August 04, 2018 IST

ନଦୀରେ ପ୍ରଖର ସୁଅ , ଏପରିକି କୁଳରେ ଛିଡା ହେଲେବି ଡର ଲାଗୁଛି । ହେଲେ ଜୀବନକୁ ପାଣି ଛଡାଇ ଛୋଟ ପିଲାଠାରୁ ମହିଳା ଏବଂ ପୁରୁଷ ସମସ୍ତେ ପାର ହେଉଛନ୍ତି ଭରା ନଈ । ନଦୀ କୁଳରେ ପିଲାମାନେ ଡ୍ରେସ୍ ବଦଳାଇ ଏବଂ ମହିଳାମାନେ ଶାଢି ବଦଳାଇ ବିପଦଜନକ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି । ନଦୀରେ ଭାସି ଯିବାର ଭୟ ଥିଲେ ମଧ୍ୟ ପ୍ରତ୍ୟେକ ଦିନ ଏହିଭଳି ଭାବରେ ୨୦ଟି ଗଁ।ର ଲୋକେ ନଦୀ ପାର ହୋଇଥାନ୍ତି । କାରଣ ଗଁ।ରୁ ତିନି ବର୍ଷ ପରେ ବି ଶେଷ ହୋଇପାରୁନି ସେତୁ ନିର୍ମ।ଣ କାର୍ଯ୍ୟ । ଫଳରେ ଗମନାଗମନ ପାଇଁ ଏହି ସେତୁ ଉପରେ ନିର୍ଭର କରୁଥିବା ୨୦ରୁ ଉର୍ଦ୍ଧ୍ବ ଗ୍ରାମର ୭ହଜାରରୁ ଅଧିକ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୃତ୍ତଙ୍ଗ ନଦୀ ଉପରେ ନିର୍ମ।ଣ ହେବାକୁ ଥିବା ଏହି ସେତୁ କାର୍ଯ୍ୟ ଶେଷ ହୋଇପାରୁନଥିବାରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଦୁଇଟି ପଞ୍ଚାୟତର ଲୋକେ ବର୍ଷ।ଦିନେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ବାହାରକୁ ଯିବା ପାଇଁ ଅନ୍ୟ ବିକଳ୍ପ ରାସ୍ତା ନାହିଁ । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସିରିସିରା ନିକଟରେ ପ୍ରବାହିତ ବୃତ୍ତଙ୍ଗ ନଦୀରେ ବର୍ଷ।ଦିନେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ରାସ୍ତାରେ ବାଣିଗୋଛା ଏବଂ କୁଜାମେଣ୍ଢି ପଞ୍ଚାୟତର ନେଫାରି , ବେହେରା ସାହି , ଦଶନିପଡା , ପ୍ରଧାନଗଁ। , ଗୋଛାସାହି ଆଦି ୨୦ଟି ଗଁ।ର ୭ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ମାର୍ଚ୍ଚ ୨୦୧୫ରେ ଏଠାରେ ସେତୁ ନିର୍ମ।ଣ ପାଇଁ ଶୁଭ ଦିଆଯାଇଥିଲା । ୨୬୩.୫୬ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ସେତୁ ନିର୍ମ।ଣ ସେହି ବର୍ଷ ଡିସେମ୍ବର ମାସରେ ଶେଷ କରିବାକୁ ଲକ୍ଷ ରଖାଯାଇଥିଲା । ହେଲେ ଏପଯ୍ୟନ୍ତ’ ଏହାର ଅଧାକାମ ବି ସରିନାହିଁ । ଗତ ୧୫ଦିନ ତଳେ ନଦୀର ପ୍ରଖର ସୁଅରେ ସେତୁ ନିର୍ମ।ଣ ପାଇଁ କରାଯାଇଥିବା ଲୁହା ଫ୍ରେମ୍ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସେତୁ ନିର୍ମ।ଣକୁ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି । ନିର୍ମ।ଣକାରୀ ସଂସ୍ଥାର ମନୋମୁଖି କାର୍ଯ ଯୋଗୁ ସେତୁ ନିର୍ମ।ଣରେ ତିନିବର୍ଷ ବିଳମ୍ବ ହୋଇଥିବାବଳେ ଏହାର ଖର୍ଚ୍ଚ ଅଟକଳ ଏବେ ୨କୋଟି ୬୩ଲକ୍ଷରୁ ୩କୋଟି ୪୦ଲକ୍ଷ ଟଙ୍କାକୁ ବଢିଲାଣି । ଠିକାଦାରୀ ସଂସ୍ଥାର ଅବହେଳା ପାଇଁ ଏଭଳି ଘଟିଥିବା ନିର୍ବ।ହୀ ଯନ୍ତ୍ରୀ ସ୍ବୀକାର କରିଛନ୍ତି । ସଂସ୍ଥା ବିରୁଦ୍ଧରେ କାହିଁକି କାର୍ଯୟାନୁଷ୍ଠାନ ନିଆଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ୨୦୧୯ ମାର୍ଚ୍ଚ ମଧ୍ୟରେ ଏହି କାର୍ଯୟ ଶେଷ କରାଯିବାକୁ ଚେଷ୍ଟା କରାଯାଉଥିବା ନିର୍ବ।ହୀ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.