Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରବଳ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

15/07/2020 at 10:53 AM

ରାୟଗଡା ୧୫।୦୭ : ଭାସିଗଲା ଅସ୍ଥାୟୀ ପୋଲ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣୀ ନଦୀରେ ଥିବା ଅସ୍ଥାୟୀ ପୋଲ ଭାସିଯାଇଛି। ଗତକାଲି ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷ। ଯୋଗୁଁ ପୋଲ ଭାସି ଯାଇଥିବା ଜଣାପଡିଛି।

ପୋଲଟି ଭାସିଯିବା ଦ୍ୱାରା ଅପରପାର୍ଶ୍ବରେ ଥିବା ୫ଟି ପଂଚାୟତବାସୀ ବର୍ତ୍ତମାନ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗମନାଗମନ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ମେଡିକାଲ ଓ ଜରୁରୀକାଳୀନ ଆବଶ୍ୟକତା ସମୟରେ ଅସୁବିଧା ଉପୁଜିବା ସମ୍ଭାବନା ଦେଖାଦେଇଛି। କଲ୍ୟାଣୀ ନଦୀରେ ଏକ ସ୍ଥାୟୀ ପୋଲ ନଥିବା ଯୋଗୁଁ ଏହିଭଳି ସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଗତ ୨୦୧୭ ମସିହାରେ କଲ୍ୟାଣୀ ଓ ନାଗାବଳୀ ନଦୀରେ ଯେଉ ଭୟଙ୍କର ବନ୍ୟା ଆସିଥିଲା ସେହି ସମୟରେ ସ୍ଥାୟୀ ପୋଲ ଭୁଷୁଡି ପଡିଥିଲା। ଏହାପରେ ଏକ ଅସ୍ଥାୟୀ ପୋଲ ନିର୍ମ।ଣ ହେଲା। ତବେ ପ୍ରତିବର୍ଷ ଏହି ଅସ୍ଥାୟୀ ପୋଲ ବର୍ଷା ଋତୁରେ ଭାସିଯାଉଛି। ଯାହାକି ଆଜି ପୁନର୍ବାର ଘଟିଛି । ଫଳରେ ବର୍ତ୍ତମାନ ପ୍ରାୟ ୨୦ ହଜାର ଲୋକ ସମସ୍ୟାର ସମ୍ମୁଖୀନ ହେବେ।

   Related Posts