ପୋଲ ଭୁଷୁଡିଲା : ଅଳ୍ପକେ ବର୍ତ୍ତିଗଲେ ପୋଲ ଉପରେ ବସିଥିବା ଲୋକେ, ଗମନା ଗମନ ବାଧାପ୍ରାପ୍ତ…

Published By : Prameya-News7 Bureau | October 14, 2019 IST

ନୀଳଗିରି୧୪|୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ପିଠାହତା ଗାଁରେ ଏକ ପୋଲ ଭୁଷୁଡି ଯିବାରୁ ଗାଁ ଭିତରକୁ ଯିବା ପାଇଁ ଯୋଗାଯାଗ ବିଛିନ୍ନ ହୋଇଛି । ଏହି ପଂଚାୟତର ଯାମୁନାରୁ ମହୁଗଡିକୁ ଯାଇଥିବା ରାସ୍ତାରେ ଏହି ପୋଲ ରହିଥିଲା । ପୋଲ ଉପରେ କିଛି ଲୋକ ବସିଥିବାବେଳେ ହିଁ ଆଜି ପୋଲଟି  ହଠାତ ଭୁଷୁଡି ପଡିଥିଲା । ତେବେ ପୋଲ ଉପରେ ବସିଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

{"id":169977}

 ନିମ୍ନମାନର କାର୍ଯ୍ୟଯୋଗୁଁ ପୋଲଟି ଭୁଷୁଡି ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୁଖ୍ୟ ରାସ୍ତାରେ ଥିବା ପୋଲଟି ଭାଙ୍ଗି ଯିବାରୁ ଯାମୁନାରୁ ମହୁଗଡି ଯିବାକୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଏବେ ଚାରିଚକିଆ ଯାନ ଯା ଆସ କରିବା ତ ଦୂରର କଥା,  ସାଇକେଲ ପାର ହେବା ମଧ୍ୟ କଷ୍ଟକର ହୋଇପଡିଛି ।

{"id":169978}

ଛାତ୍ରଛାତ୍ରମାନେ ମଧ୍ୟ ବିଦ୍ୟାଳୟକୁ ଯିବା ଆସିବା କରିବାକୁ ଅସୁବିଧା ଭୋଗୁଥିବା ଗ୍ରାମବାସୀ କହିଛନ୍ତି । ତବେ ଖୁବଶୀଘ୍ର ପ୍ରଶାସନିକ ସ୍ତରରେ ଗମନା ଗମନର ସୁବିଧା କରିବା ସହିତ ଯୁଦ୍ଧକାଳୀନ ଭିତରେ ପୋଲ ନିର୍ମ।ଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.