ଭୁଶୁଡିଲା ଆଠମାଣିଆ ପୋଲ, ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | July 27, 2021 IST

ସାଲେପୁର ୨୭।୭: ପୋଲ ଭୁଶୁଡିପଡିବାରୁ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମୁତାରିଫା ପଞ୍ଚାୟତର ପଦ୍ମପୁର ଓ ଆଠମାଣିଆ ରାସ୍ତାରେ ।  ଆଠମାଣିଆ ରାସ୍ତାର ପୋଲ ଉପରେ ମୁତାରିଫା ଓ ଚମ୍ପତି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି ।

{"id":486447,"width":748,"height":411,"sizeSlug":"large","linkDestination":"none"}

ପାଖାପାଖି ୫ ହଜାର ଲୋକ ଏହି ପୋଲ ଦେଇ ସ୍କୁଲ, କଲେଜ, ହାଟବଜାର, ବିଲବାଡ଼ି ସମସ୍ତ ଦୈନନ୍ଦିନ କାମ ପାଇଁ ନିର୍ଭର କରିଥାନ୍ତି ।  ମୁଖ୍ୟ ରାସ୍ତାକୁ ଆସିବା ପାଇଁ ଏହି ପୋଲ ହିଁ  ଏକମାତ୍ର ଭରସା । ରୋଗୀସେବା ପାଇଁ ଆମ୍ବୁଲାନ୍ସ ହେଉ ବା ଅଗ୍ନିଶମ ଗାଡି ଆସିବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବର୍ଷା ଋତୁ ହୋଇଥିବାବେଳେ ପୋଲ କାମ କରିବା କଷ୍ଟକର ବ୍ୟାପାର ।  ଖୁବଶୀଘ୍ର ଅସ୍ଥାୟୀ ପୋଲ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.