ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 08, 2019 IST

ଆନନ୍ଦପୁର ୮।୯: କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ଜଳ ପ୍ରବାହିତ ହୋଇଥିଲା । ଫଳରେ ପୋଲଟି ଭୁଶୁଡି ପଡିଥିବାର ଜଣାଯାଇଛି।

{"id":154651}

ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୭ ରୁ ୮ଟି ଗାଁ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗତରାତିରୁ ପୋଲ ଭୁଶୁଡି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.