ଟ୍ରାକ୍ଟର ପାରିହେବା ବେଳେ ଭାଙ୍ଗିଗଲା ପୋଲ, ଆଉ ତାପରେ…

Published By : Prameya-News7 Bureau | August 28, 2020 IST

ଆନନ୍ଦପୁର ୨୮।୦୮: ଟ୍ରାକ୍ଟର ପାରିହେବା ସମୟରେ ଭାଙ୍ଗିଗଲା ପୋଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳପଡ଼ା-ଦେଓଗାଁ ରାସ୍ତା ସରେଇ ଗାଁ ନିକଟ ଫାପୁଡିଆ ନାଳ ପୋଲ ଉପରେ ଘଟିଛି ଅଘଟଣ ଘଟିଛି । ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଆହତ ଶ୍ରମିକଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

{"id":321452,"sizeSlug":"large"}

ସୂଚନାଯୋଗ୍ୟ ଯେ, ସରେଇ ଗାଁ ନିକଟ ଫାପୁଡିଆ ଉପରେ ଆଜି ସକାଳ ସମୟରେ ପାରିହେଉଥିଲା ଇଟା ବୋଝେଇ ଟ୍ରାକ୍ଟର । କିନ୍ତୁ ହଠାତ୍‌ ପୋଲ ଭାଙ୍ଗିଯିବା ଫଳରେ ଟ୍ରାକ୍ଟରଟି ଫସିଯାଇଛି । ଯାହାଫଳରେ ଜଣେ ଶ୍ରମିକ ଆହତ ହୋଇଛନ୍ତି । ପୋଲରେ ଖରାପ କାମ ଲାଗି ବର୍ଷେ ନପୁରୁଣ ପୁଣି ଥରେ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ବାରମ୍ବାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଠିକଣା ଭାବରେ କାମ ହେଉନଥିବା ଅଭିଯୋଗ ଆସିଛି ।

{"id":321453,"sizeSlug":"large"}

ସେପଟେ ଦୁର୍ଘଟଣାର ଖବର ସଂପର୍କରେ ଆନନ୍ଦପୁର ଆର ଏଣ୍ଡ  ବି ସହକାରୀ ଯନ୍ତ୍ରୀଙ୍କୁ ପଚରାଯିବାରୁ ସେ କହିଥିଲେ କି, ଗତ ବର୍ଷ ପୋଲ ଭାଙ୍ଗିବା ପରେ ଲୋକଙ୍କ ଚଳପ୍ରଚଳ ପାଇଁ ଅସ୍ଥାୟୀ ମରାମତି ହୋଇଥିବା କହିଛନ୍ତି । ତେବେ ଏହି ପୋଲ ଦେଇ ଭାରିଯାନ ଚଳାଚଳ ଉପରେ  ନିଷେଧ ଥିଲା ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ନିଷେଧ ଥିଲେ, ତେବେ ଭାରିଯାନ ଚଳପ୍ରଚଳ ହେଉଥିଲା କିପରି । ସେହିପରି ପୋଲ ଓ ରାସ୍ତା ନିର୍ମାଣ ଖୁବ୍ ଶୀଘ୍ର ହେବ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.