Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବର୍ଷାରେ ପୋଲ ସହ ରାସ୍ତା ବି ଧସିଲା, ଯାତାୟତ ବାଧାପ୍ରାପ୍ତ

5/07/2021 at 3:07 PM

ସାଲେପୁର ୫।୭: ଯାତାୟାତ ପାଇଁ ବାଧକ ସାଜିଛି ଦଦରା ପୋଲ । ଦୀର୍ଘ ଦିନ ହେବ ଦଦରା ପୋଲ ଉପରେ ଯାତାୟାତ କରନ୍ତି ହଜାର ହଜାର ଗାଡି ମଟର ସାଙ୍ଗକୁ ସାଇକେଲ ଚାଳକ ଆଉ ଆଖପାଖ ଅଞ୍ଚଳର ୧୫ଗୋଟି ଗାଁ ଲୋକେ । ହେଲେ ପୋଲ ୧୦ଫୁଟ ଧସିଯିବା ସାଙ୍ଗକୁ ରାସ୍ତା ଅବସ୍ଥା ଶୋଚନୀୟ। ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ରାସ୍ତାଟି ରବିବାର ବର୍ଷାରେ ପାଖପାଖି ୧୦ଫୁଟ ଭଳି ଧସି ଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ସଉରୀ ପଞ୍ଚାୟତର ଜାହାଙ୍ଗୀରାବାଦ ଗାଁଠାରେ।  

ଏହି ରାସ୍ତା ଦେଇ ସାଲେପୁର, ସଉରୀ ଗୋପୀନାଥପୁର, ଓଷଦ, କିଶିନାପୁର, ଓ ଟାଙ୍ଗୀ ଅଞ୍ଚଳକୁ ଦୈନନ୍ଦିନ ହଜାର ହଜାର ଲୋକେ ଯାତାୟାତ କରିଥାନ୍ତି । ହେଲେ ପୋଲ ଧସିବା ସାଙ୍ଗକୁ ରାସ୍ତାଟି ସମ୍ପୂର୍ଣ୍ଣ  ନଷ୍ଟ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଏହି ପୋଲ ଓ ରାସ୍ତାଟି  ନିର୍ମାଣ ପାଇଁ ଦାବି ହୋଇଆସୁଥିବା ବେଳେ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ସ୍ଥାନୀୟ ବିଧାୟକ ହୁଅନ୍ତୁ ସମସ୍ତଙ୍କୁ ନିବେଦନ କରାଯାଇଛି। ହେଲେ କେହି ଶୁଣୁନାହାନ୍ତି । ସତେ ଯେମିତି ସାଲେପୁର ତହସିଲ ମାନଚିତ୍ରରେ ଏହା ସ୍ଥାନ ପାଇନି ଆଜି ପର୍ଯ୍ୟନ୍ତ । ଏବେ ରାସ୍ତା ସାଙ୍ଗକୁ ପୋଲଟି ସମ୍ପୂର୍ଣ୍ଣ ବର୍ଷାରେ  ନଷ୍ଟ ହୋଇଯାଇଛି। ଖାଲି ପାଦରେ ଯିବା କଷ୍ଟକର ହୋଇପଡିଛି।  ସାଇକେଲ ଆରୋହୀ ଆଉ ଗାଡି ମଟର କଥା ଛାଡ଼ନ୍ତୁ। ଏହି ରାସ୍ତାଟି ଉପରେ ଆଖପାଖ ଅଞ୍ଚଳର ୧୫ଗୋଟି ଗାଁ ନିର୍ଭର  କରିଥାନ୍ତି ବିଲବାଡ଼ି ହାଟବଜାର ଆଉ ସ୍କୁଲ କଲେଜ ଯିବାପାଇଁ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସ୍ଥାନୀୟ ବିଧାୟକଙ୍କୁ ଅଞ୍ଚଳବାସୀ ତୁରନ୍ତ ନିର୍ମାଣ କରିବା ପାଇଁ ଦାବି ରଖିଛନ୍ତି । ଯଦି ତୁରନ୍ତ  ମରାମତି ନ କରାନଯାଏ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ପୋଲ ସଂପର୍କରେ ରାଜନେତା କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଛନ୍ତି ।

   Related Posts