Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିଶ୍ୱରେ ବଢୁଛି ଭର୍ଜିନିଟି ରିଗେନ ସର୍ଜରୀ, ବାଦ ପଡିନି ଭାରତ

14/01/2020 at 7:13 PM

ଆଜିକାଲି ଯୁବତୀଙ୍କୁ ନୂଆ ଚିନ୍ତା ଘାରିଛି । ବାହାଘର ପରେ ହନିମୁନ୍‌ରେ ନିଜକୁ କୁଆଁରୀ ସାବ୍ୟସ୍ତ କରିବା ଲାଗି ଯୁବତୀମାନେ ସିକ୍ରେଟ୍ ସର୍ଜରୀ କରାଉଥିବା ଜଣାପଡିଛି। ବିଭିନ୍ନ ଦେଶରେ ଏପରି ସର୍ଜାରୀର ମୂଲ୍ୟ ଅଲଗା ଅଲଗା ରହିଛି । ଡିମାଣ୍ଡ ଅନୁସାରେ ଯୁବତୀଙ୍କୁ ଚଢା ଦାମ୍‌ ଦେବାକୁ ପଡୁଛି। ହେଲେ ଖର୍ଚ୍ଚକୁ ସେମାନେ ଖାତିର କରୁନାହାନ୍ତି। ଏଥି ପାଇଁ ଭାରତରେ ୧୫ହଜାର ଟଙ୍କାରୁ ଆରମ୍ଭ କରି ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଥିବା ଜଣାପଡିଛି। କିନ୍ତୁ ବିଦେଶରେ ଏହା ମୁଲ୍ୟ ୨.୭୫ଲକ୍ଷ ପର୍ଯ୍ୟନ୍ତ ପହଞ୍ଚୁଛି ।  

ବିଟ୍ରେନ, ଫିଲିଫାଇନ୍ସ ଓ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଭର୍ଜିନିଟି ରିଗେନ ସର୍ଜରୀ ମାଧ୍ୟମରେ ଡାକ୍ତରମାନେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ।  ଏବେ ଘଟଣାସମ୍ପର୍କରେ ଖୁଲାସା ଲଣ୍ଡନରୁ ହୋଇଛି । ଯେଉଁଠାରେ ୨୨ଟି ସିକ୍ରେଟ କ୍ଲିନିକ ରହିଛି । ଏହି ଅପରେସନ ପାଇଁ ୩୦ରୁ ୪୦ ମିନିଟ ଲାଗିଥାଏ । ଭାରତରେ ସର୍ଜରୀ ପାଇଁ ୧୫ରୁ ୬୦ ହଜାର ଖର୍ଚ୍ଚ ହେଉଥିବା ବେଳେ , ୟୁରୋପୀୟ ଦେଶମାନଙ୍କରେ ୨.୫୦ଲକ୍ଷରୁ ୨.୭୫ ଲକ୍ଷ ଟଙ୍କା ଲାଗିଥାଏ ।

ତେବେ ଯୁବତୀମାନେନିଜର ପାରମ୍ପରିକ ପରିବାର, ବିଚାର ଓ ସାମାଜିକ ଚାପରେ ଏପରି ସର୍ଜରୀ କରୁଥିବା ଜଣାପଡିଛି। ଏହା ଜରୁରୀ ନୁହେଁ କି Hymen କେବଳ ଶାରିରୀକ ସମ୍ବନ୍ଧ ରଖିଲେ ଭଙ୍ଗିଥାଏ, ଏହା ସାଇକେଲ ଚଲାଇବା, ଘୋଡା ଦୌଡାଇବା ଓ ଖେଳ-କୁଦ ସମୟରେ ମଧ୍ୟ ଭଙ୍ଗିଯାଇପାରେ । ଏହି ଅପରେସନକୁ ସାଧାରଣରେ ହାଇମନ କି ମରାମତି ରୂପେ ଜଣାଯାଇଥାଏ । ଅପରେସନରେ ଯୁବତୀଙ୍କ ଯୌନାଙ୍ଗରେ ଏକ ପ୍ରସ୍ତ ତିଆରି କରାଯାଏ ।

ଏହି କ୍ରୁତିମ ହାଇମନ କରିବା ସାଂସ୍କୃତିକ, ଧାର୍ମିକ  କାରଣରୁ ବାହାଘର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଥାଏ । ଖାସକରି ସମାଜରେ ଜଣାଯାଏ ଯେ, ଯାହାର ହାଇମନ ଫାଟି ଯାଇଥାଏ ବା ଭଙ୍ଗି ଯାଇଥାଏ, ସେହି ଯୁବତୀ ପୂର୍ବରୁ କାହା ସହିତ ଦୈହିକ ସମ୍ପର୍କ ରଖିସାରିଛି । ଏପରି ଭ୍ରାନ୍ତ ଧାରଣା ଯୋଗୁ ଅନେକ ସମୟରେ ବୈବାହିକ ଜୀବନ ଅଶାନ୍ତିରେ ଭରି ଯାଇଥାଏ। ଏପରି ଅପରେସନ କରୁଥିବା ମହିଳାମାନେ ପ୍ରାୟତଃ ଯୁବତୀ ଓ ସେମାନେ ବିଶେଷ କରି ମଧ୍ୟ ପୂର୍ବ ଓ ଏସିଅ ପରିବାରର ବୋଲି ଜଣାପଡିଛି । ସେମାନେ ବାହାଘର ଚାପରେ ଏପରି ଅପରେସନ କରୁଛନ୍ତି ।

କିଛିଦିନ ତଲେ ସାଉଦି ଆରବରେ ଜଣେ ସ୍କୁଲ ଛାତ୍ରୀ ଲଣ୍ଡନରେ ନିଜର ଭର୍ଜିନିଟି ମରାମତି କରିଥିଲା । ଏଥିପାଇଁ ତାକୁ ୧.୫୦ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ସେ ଝିଅ ନିଜର ୧୮ତମ ଜନ୍ମଦିନରେ ଏହି ଅପରେସନ କରିଥିଲା । ଲଣ୍ଡନ ସ୍ଥିତ ଏମ୍‌ଏଏସ୍‌ ଗାଇନୋକ୍ଲୋଜିର ନିର୍ଦ୍ଦେଶକ ମହମ୍ମଦ ମସୁଦ କହିଛନ୍ତି ଯେ, ଗତ ୬ବର୍ଷ ମଧ୍ୟରେ ଏପରି ଅପରେସନ ପ୍ରାୟ ୪ ଗୁଣା ବଢିଛି । ଅପରେସନ କରୁଥିବା ଯୁବତୀମାନଙ୍କ ଗୋପନୀୟତା ଲାଗି ଏପରି ଅପରେସନର ଗଣତି କରାଯାଏନାହିଁ । ଏଠାରେ ମୁସ୍ଲିମ,ରୋମା ସମୁଦାୟ , ଭାରତ  ସମେତ ପୁରା ଏସିଆରୁ ଲୋକ ଏଠାକୁ ଆସନ୍ତି । ଦୁଇବର୍ଷ ପୂର୍ବ ମିଡିଆରେ ରିପୋର୍ଟ ଆସିଥିଲା କି, ଭାରତରେ ଯୁବତୀମାନେ କାମାୟା ପାଇଁ ଡିଜାଇନର ସର୍ଜରୀ କରୁଛନ୍ତି । ଲାବଆପ୍ଲାଷ୍ଟିକ ନାମରେ ଏହି ଅପରେସନ କରାଯାଏ । ତେବେ କେତେକ ମହିଳାଙ୍କୁ ବାର୍ବି ଲୁକ୍‌ ସର୍ଜରୀ ମଧ୍ୟ କରନ୍ତି ।

ଦୁଇ ବର୍ଷ ତଳେ ଅକ୍ଟୋବର ମାସରେ ଗୁରୁଗ୍ରାମରେ ଦୁନିଆର ପ୍ରଥମ କଂଗ୍ରେସ ଅନ୍‌ ରିକୋନାସଟ୍ରକଟିଭ ଏବଂ କସମେଟିକ୍ ଜେନେଟାଲ୍‌ କସମେଟିକ୍‌ ସର୍ଜରୀ (Congress on Reconstructive and Cosmetic Genital Cosmetic Surgery) ହୋଇଥିଲା । ସାରାଦେଶରୁ ବିଭିନ୍ନ ଡକ୍ତରଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  ଆମେରିକାନ ସୋସାଇଟି ଫର ଏସଥିଟିକ ପ୍ଲାଷ୍ଟିକ ସର୍ଜରୀ ନାମରେ ୨୦୧୬ରେ ୧୮ ବର୍ଷ ଓ ତାଠାରୁ କମ୍‌ ବୟସର ୪୦୦ରୁ ଅଧିକ ଯୁବତୀଙ୍କୁ ସିକ୍ରେଟ ସର୍ଜାରୀ କେବଳ ଆମେରିକାରେ କରାଯାଇଛି ବୋଲି ଏହି ସମ୍ମିଳନୀ ଅବସରରେ ଜଣାପଡିଥିଲା।

   Related Posts