ନୂଆ ବୋହୂଙ୍କ ନିଆରା କାରନାମା, ବିବାହର ତିନି ଘଣ୍ଟା ପରେ ଶାଶୁ ଘ​‌ରେ ବୁଲାଇଦେଲେ କଳାକନା

Published By : Prameya-News7 Bureau | November 22, 2020 IST

ଆଗ୍ରା ୨୨/୧୧: ନୂଆ ବୋହୂଙ୍କ ନିଆରା କାରନାମା। ବିବାହର ତିନି ଘଣ୍ଟା ପରେ ଶାଶୁ ଘ​‌ରେ ବୁଲାଇଦେଲେ କଳାକନା। ଶୌଚ ହେବା ବାହାନା​‌ରେ କ୍ଷେତକୁ ଯାଇ ବୋଲେରୋ ନେଇ ଚମ୍ପଟ ମାରିଲେ ଦୁଇ ନୂଆ ବୋହୂ। ଦୁଇ ଭାଇଙ୍କ ସହିତ ଦୁଇ ଭଉଣୀଙ୍କ ବିବାହ ଠିକ୍‌ ହୋଇଥିଲା। ଏଥିପାଇଁ କନିଆଁ ଭାଇ ବି ଲକ୍ଷେ ଟଙ୍କା ନେଇଥିଲା। ବାହା ଘର ବର ଘରେ ଆୟୋଜିତ ହୋଇଥିଲା। ରାତି ୧୧ରେ ବିବାହ କାର୍ଯ୍ୟ ସରିବା ପରେ ଠିକ୍‌ ରାତି ୧ଟାରେ ଦୁଇ ବୋହୂ ଚମ୍ପଟ ମାରିଥିଲେ।

ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ବାହ ଥାନା ଅନ୍ତର୍ଗତ ଫରେରା ଗାଁରେ ଘଟିଛି। ତେବେ ଏମିତି ଏକ ଘଟଣା ଘଟିବା ପରେ ବର ଘର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ବର ମା’ଙ୍କ କହିବା ଅନୁଯାୟୀ ତାଙ୍କ ଦୁଇ ପୁଅଙ୍କ ବିବାହ ସୋନଭଦ୍ରରେ ଠିକ୍‌ ହୋଇଥିଲା। ଦୁଇ ଭଉଣୀଙ୍କ ସଂଗେ ବିବାହ ଠିକ୍‌ ହେବା ପରେ କନିଆଁ ଭାଇ ଲକ୍ଷେ ଟଙ୍କା ନେଇଥିଲେ।

ବିବାହ ଫରେରା​‌ରେ ଆୟୋଜିତ ହୋଇଥିଲା। ରାତି ୧୧ଟା ସୁଦ୍ଧା ବିବାହ କାର୍ଯ୍ୟ ସରିଥିଲା। ଠିକ୍‌ ରାତି ୧ଟା ବେଳେ ଦୁଇ ବୋହୂ ଶୌଚ ଯିବାକୁ କହିଥିଲେ। ଶାଶୁ ସେମାନଙ୍କ କ୍ଷେତକୁ ନେଇଥିଲେ। କିନ୍ତୁ ସେଠାରେ ଦୁଇ ଭଉଣୀ ଶାଶୁଙ୍କୁ ପାଣି ଆଣିବାକୁ କହି ପୂର୍ବରୁ ଥିବା ଏକ ବୋଲେରୋରୁ ଚମ୍ପଟ ମାରିଥିଲେ।

ଏନେଇ ବରଙ୍କୁ  ଜଣାପଡ଼ିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପୋଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ଏଭଳି କିଛି ଘଟଣା ଘଟିନାହିଁ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.