ବିବାହ ପରେ ଶାଶୂଘରେ ପହଞ୍ଚିଲେ ନବବଧୂ, ଗୁଳି ଫୁଟାଇ କଲେ ଗୃହ ପ୍ରବେଶ

Published By : Prameya-News7 Bureau | May 20, 2022 IST

ଲକ୍ଷ୍ନୌ: ବିବାହ ପରେ ଶାଶୂଘରେ ନବବଧୂକୁ ସ୍ୱାଗତଃ କରାଯାଇଥାଏ । ଏହି ମୂହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଆୟୋଜନ କରୁଥିବା ଆପଣ ଦେଖିଥିଲେ । କିନ୍ତୁ ୟୁପିର ଆଗ୍ରାରେ ଜଣେ ନବବଧୂ ଯେପରି ନିଜ ଶାଶୂଘରେ ପହଞ୍ଚିଲେ ଏବଂ ସେଠାରେ ଯାହା କଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ। ନବବଧୂଙ୍କ ସହ ଥିଲେ ତାଙ୍କ ସ୍ୱାମୀ। ଶାଶୂଘରେ ପହଞ୍ଚିବା ପରେ ନିଜ ପତ୍ନୀଙ୍କ ହାତରୁ ବନ୍ଧୁକ ଚଲାଇଥିଲେ ତାଙ୍କ ସ୍ୱାମୀ । ନବବଧୂ ମଧ୍ୟ ନିଜ ହାତରେ ବନ୍ଧୁକ ଧରି ଗୋଟିଏ ପରେ ଗୋଟିଏ ଫାଏରିଂ କରିଥିଲେ। ଏହାରି ଭିତରେ କେହି ଜଣେ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଛାଡି ଦେଇଥିଲା । ଭିଡିଓ ଭାଇରାଲ ହେବା ପରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନର କଥା କହିଛି।

ଘଟଣାଟି ଖନ୍ଦୋଲି ନାଓ ସରାୟର । ସୂଚନା ଅନୁସାରେ ସୋଢୀ ମାନକ ଜଣେ ଯୁବକର ତିନି ଦିନ ତଳେ ବିବାହ ହୋଇଥିଲା। ଏହାପରେ ନବବଧୂଙ୍କ ଶାଶୂଘରେ ପ୍ରବେଶ ପୂର୍ବରୁ ନିଜ ପତ୍ନୀଙ୍କ ଗୃହ ପ୍ରବେଶକୁ ସ୍ମରଣୀୟ କରିବା ପାଇଁ ସେ ନୂଆ ଉପାୟ ଆପଣାଇଥିଲେ। ବନ୍ଧୁକ ଆଣି ନିଜ ପତ୍ନୀଙ୍କ ହାତରେ ଧରାଇ ଏହାକୁ ଚଲାଇବାକୁ କହିଥିଲେ। ତେବେ ଫାଏରିଂ ସମୟରେ ସୋଢୀ ନିଜ ପତ୍ନୀ ହାତକୁ ଧରି ରଖିଥିଲେ। ଏହାପରେ ନବବଧୂଙ୍କ ଗୃହ ପ୍ରବେଶ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.