କନ୍ୟା ବେଶରେ ସଜେଇ ହେଇଛି ଝିଅ ହେଲେ ଆସିଲାନି ବର : ନା ମାନେ ନା

Published By : Prameya-News7 Bureau | July 13, 2018 IST

କନ୍ୟା ବେଶରେ ସଜେଇ ହେଇଛି ଝିଅ ହେଲେ ଆସିଲାନି ବର ଅଭାବନୀୟ ଘଟଣା ଘଟିଛି ହରିୟାଣା ଶୀର୍ଷା ଅଂଚଳରେ | ଅଧିକ ଯୌତୁକ ଦାବି କରି ବିବାହ ଦିନ କନ୍ୟା ଘରକୁ ଆସିଲାଣି ବର | ମଙ୍ଗଳବାର ଶୀର୍ଷା ଅଂଚଳର ଏକ ଗୁରୁଦ୍ୱାରରେ ବିବାହ ହେବାର ଥିଲା | କନ୍ୟା ପକ୍ଷ ସମସ୍ତ ପ୍ରସ୍ତୁତି ସାରି ବର ପକ୍ଷଙ୍କୁ ଅପେକ୍ଷା କରିଥିଲେ | ସମୟ ଗଡ଼ିଗଲା ପରେ ମଧ୍ୟ ବରପକ୍ଷ ଆସିନଥିଲେ | ଏନେଇ ଫୋନ କରାଯାଇଥିଲା | ହେଲେ ଯୌତୁକ ନଦେଲେ ବର ଯିବ ନାହିଁ ବୋଲି କହିଥିଲେ ବରପକ୍ଷ | ତେବେ ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି କନ୍ୟାପକ୍ଷ ଲୋକ | ପୋଲିସ ବର ଘର ଲୋକଙ୍କୁ ଥାନାକୁ ଡ଼କାଇବା ସହ ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.