Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଭାବିବୋହୂ ବାହାରିଲା ୨୦ବର୍ଷ ତଳର ହଜିଲା ଝିଅ, ତଥାପି ବିବାହକୁ ମଞ୍ଜୁରୀ ଦେଲେ ମା’

7/04/2021 at 11:22 AM

ବେଜିଂ ୭।୪: ଚୀନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଯାହା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷ ବର୍ଷ ଧରି ନିଖୋଜ ଥିବା ଝିଅକୁ ଫେରିପାଇଥିବା ବେଳେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଝିଅ ତାଙ୍କ ସାମ୍ନାରେ ଭାବିବୋହୂ ହୋଇ ଠିଆ ହୋଇଥିଲା । ପୁଅ ବିବାହ କରିବାକୁ ଯାଉଥିବା ଝିଅ ହେଉଛି ପରିବାରର ହଜିଯାଇଥିବା ଝିଅ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଉଭୟଙ୍କ ମା’ ସେମାନଙ୍କୁ ବିବାହ କରିବା ଲାଗି ଅନୁମତି ଦେଇଛନ୍ତି ।

ଗତ ମାର୍ଚ୍ଚ ୩୧ ତାରିଖରେ ଘଟିଥିଲା ଏଭଳି ଘଟଣା । ଚୀନର ଜିଆଙ୍ଗସୁ ସୁଚୁରେ ଏକ ବିବାହ ଉତ୍ସବ ଚାଲିଥିଲା । ପୁଅର ମା’ ତାଙ୍କ ଭାବିବୋହୂ ହାତରେ ଏକ ଚିହ୍ନ ଦେଖିଥିଲେ ଯାହା ତାଙ୍କ ହଜିଲା ଝିଅ ହାତରେ ଥିଲା । ଯିଏକି କିଛି ବର୍ଷ ତଳେ ହଜିଯାଇଥିଲେ । ଏହାପରେ ପରିବାର ଲୋକ ଏହା ପଛରେ ଥିବା ରହସ୍ୟ ଖୋଜିବାକୁ ଲାଗିଥିଲେ । ଶେଷରେ ଜଣାପଡିଥିଲା ଯେ, ଭାବିବୋହୂ ହିଁ ତାଙ୍କ ହଜିଲା ଝିଅ ।   ଏହା ଜାଣିବା ପରେ ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ମା’-ଝିଅ ଉଭୟ ଉଭୟେଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ । ଝିଅଙ୍କ କହିବା ଅନୁସାରେ ନିଜ ଜନ୍ମକଲା ବାପା-ମା’ଙ୍କୁ ଭେଟିବା ବିବାହ ଅପେକ୍ଷା ଅଧିକ ସୁଖଦାୟକ ।

ଝିଅକୁ ପାଇଥିବା ପରିବାରଲୋକଙ୍କ ଝିଅ ବିଷୟରେ ସବୁ ପଚାରି ବୁଝିଥିଲେ । ସେମାନେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାପଡିଥିଲା । ପରିବାର ଲୋକ ତାଙ୍କ ମା’ଙ୍କୁ କହିଥିଲେ ଯେ ସେମାନେ ପ୍ରାୟ ୨୦ ବର୍ଷ ତଳେ ରାସ୍ତା କଡରୁ ତାଙ୍କୁ ପାଇଥିଲେ ଏହାପରେ ସେମାନେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ତେବେ ରହସ୍ୟ ଉନ୍ମୋଚିତ ହେବା ପରେ ବିବାହକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ମାତ୍ର ପରିବାର ଲୋକ କହିଥିଲେ ଯେ, ସେମାନେ ବରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଝିଅକୁ ହଜିଯିବା ପରେ ସେମାନେ ତାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ତେବେ ସେମାନେ ପ୍ରକୃତରେ ଭାଇ-ଭଉଣୀ ନୁହନ୍ତି । ଏହାପରେ ଉଭୟଙ୍କ ବିବାହକୁ ଝିଅଙ୍କ ମା’ ମଞ୍ଜୁରୀ ଦେଇଥିଲେ ।

   Related Posts