ବିବାହ ବେଦୀରୁ ଉଠି ମାର୍ଶଲ ଆର୍ଟ ପ୍ରଦର୍ଶନ କଲେ କନ୍ୟା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

Published By : Prameya-News7 Bureau | July 02, 2021 IST

ଚେନ୍ନାଇ ୨।୭: ଭାରତରେ ବିବାହକୁ ଏକ ଉତ୍ସବ ଭାବରେ କରାଯାଇଥାଏ । ଅନେକ ଆତସବାଜି, ଭୋଜିଭାତ ଏବଂ ଗୀତନାଚ ହୋଇଥାଏ । ଆଜିକାଲି ଲୋକମାନେ ନିଜ ବିବାହରେ ନିଜ ପସନ୍ଦର ସବୁକିଛି କରୁଛନ୍ତି । ସେହିଭଳି ତାମିଲନାଡୁର ଜଣେ କନ୍ୟା ତାଙ୍କ ବିବାହରେ କିଛି ଅଲଗା କରିଛନ୍ତି ।  ଥୁଥୁକୁଡି ଜିଲ୍ଲାର ନିଶା ଆତ୍ମରକ୍ଷାର ମହତ୍ତ୍ବ ବିଷୟରେ ଜାଗୃକତା ସୃଷ୍ଟି କରିବା ପାଇଁ  ଜୁନ୍ ୨୮ରେ ବିବାହ ପରେ ପରେ ତାମିଲନାଡୁର ମାର୍ଶଲ ଆର୍ଟ 'ସିଲମ୍ବଟ୍ଟମ୍' ପ୍ରଦର୍ଶନ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ନିଶା ବହୁତ ସାହସିକତାର ସହ ମାର୍ଶଲ ଆର୍ଟ ପ୍ରଦର୍ଶନ କରୁଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଦେଖିବା ପାଇଁ ଚିତ୍କାର କରୁଛନ୍ତି ।

ଭିଡିଓରେ ନିର୍ଭିକଭାବେ ମାର୍ଶାଲ ଆର୍ଟ ପ୍ରଦର୍ଶନ କରୁଥିବା ନିଶା କୁହନ୍ତି, ‘ମୁଁ ମହିଳାମାନଙ୍କ ମଧ୍ୟରେ ଆତ୍ମରକ୍ଷାର ମହତ୍ତ୍ୱ ବିଷୟରେ ଜାଗୃକତା କରାଇବା ପାଇଁ ବିବାହ ପରେ ତୁରନ୍ତ ଗ୍ରାମବାସୀଙ୍କ ସାମ୍ନାରେ ପାରମ୍ପାରିକ ମାର୍ଶଲ ଆର୍ଟ ପ୍ରଦର୍ଶନ କରିଥିଲି । ମୁଁ ଗତ ୩ ବର୍ଷରୁ ଏହା ଶିଖୁଛି । ମୁଁ ଚାହୁଁଛି ଅଧିକ ଲୋକ ଏହି କଳା ଶିଖନ୍ତୁ ।‘

କରୋନା କାଳରେ ବିବାହରେ ଅତିଥିମାନଙ୍କ ସଂଖ୍ୟା କମ୍ ରହିବା ପରେ ଲୋକମାନେ ସୋସିଆଲ୍ ମିଡିଆରେ ବିବାହର ଭିଡିଓ ଦେଖୁଛନ୍ତି । ଏଥିଯୋଗୁଁ ବିବାହର ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ମଧ୍ୟ ଏକ ଦମ୍ପତ୍ତି ଫେରା ବେଳେ ନାଚୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.