ବରକୁ ବିବାହ ବେଦୀରୁ ଫେରାଇଦେଲା କନ୍ୟା , ଯଦି ଏତେ ଟଂକା ଯୌତୁକ ନେବ-ଦେଖାଅ ସାଲାରୀ ସ୍ଲିପ୍..କହିଲା କନ୍ୟା
14/03/2019 at 6:43 PM

ଜାମସେଦପୁର ୧୪/୩- ଯୌତୁକ ଲୋଭୀ ବରକୁ କନ୍ୟା ଦେଲା ପାନେ । କନ୍ୟାର ନିଷ୍ପତ୍ତି ପାଇଁ ଶିଶୁପାଳ ହୋଇ ଫେରିଲା ବର ।
ଏହିଭଳି ଅଭାବନୀୟ ଘଟଣା ଘଟିଛି ଜାମସେଦପୁରରେ । ରିୟା ନାମକ ଜଣେ ଏମଏସି ଯୁବତୀଙ୍କ ପାଇଁ ପରିବାର ଲୋକ ଠିକ କରିଥିଲେ ଇଂଜିନିୟର ବର । କିନ୍ତି ଇଂଜିନିୟର ବର ଯୌତୁକ ବାବଦରେ ଡ଼ିମାଣ୍ଡ କରିଥିଲେ ୧.୫ ଲକ୍ଷ । ଝିଅ ପରିବାରଲୋକ ଏହି ଯୌତୁକ ଦେବା ବାବଦରେ ମଧ୍ୟ ରାଜି ଥିଲେ ।
କିନ୍ତୁ ଯୌତୁକ ଲୋଭୀ ବର ଅଗ୍ରିମ ଯୌତୁକ ନେବା ପାଇଁ ଜିଦ୍ ଧରିଥିଲା । ବିବାହ ବେଦୀକୁ ଯିବା ପୂର୍ବରୁ କନ୍ୟାଦେଲା ବରକୁ ପାନେ । କନ୍ୟା କହିଲା ଯଦି ତମର ଯୌତୁକ ପାଇଁ ଏତେ ଜିଦ୍ ତା ହେଲେ ତମ ପୁଅର ରୋଜଗାର ବି ପ୍ରମାଣ ଦିଅ । କନ୍ୟା ପୁଅଘର ଲୋକଙ୍କୁ ଦରମାର ସ୍ଲିପ ଦେଖାଇବାକୁ କହିଥିଲା । ହେଲେ ବରପକ୍ଷରୁ ସେମିତି କିଛି ପ୍ରମାଣ ଦେଇପାରି ନଥିଲେ । ବରପକ୍ଷ କହିଥିବା ମିଛ ଧରାପଡ଼ିଯାଇଥିଲା । ପୁଅ ଇଂଜିନିୟର ନ ଥିବା କଥା ଜଣାପଡ଼ିଥିଲା ।
ଏହି ଘଟଣାରେ ସ୍ଥିର ହୋଇଥିବା ବରକୁ ବିବାହ ପାଇଁ ମନା କରିଦେଇଥିଲା ଝିଅ । ବର ବାଦ୍ୟହୋଇ ଶିଶୁପାଳ ହୋଇ ଫେରିଯାଇଥିଲା । ଏହି ଘଟଣାରେ ବର ଉଚିତ ଶିକ୍ଷା ପାଇଥିବା କଥା କନ୍ୟା କହିଛି । ଅପରପକ୍ଷରେ ପୋଲିସ ଠକେଇ ଘଟଣାରେ ବରକୁ ଥାନାକୁ ନେଇ ପଚରାଉଚରା କରୁଛି ।