ମଦ୍ୟପ ବରର ହାତ ଧରିବାକୁ ମନାକଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

Published By : Prameya-News7 Bureau | February 24, 2019 IST

କଳାହାଣ୍ଡି ୨୪|୨ : ମଦ ପିଇ ବିବାହ କରିବାକୁ ଅସିବା ବର ପାଇଁ ପଡିଲା ମହଙ୍ଗା । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଦୁନ୍ଦେଲମାଲ ଗ୍ରାମରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଛି । ବିବାହ ବେଦୀରେ ମାତାଲ ବରର ହାତ ଧରିବାକୁ ମଙ୍ଗୁଳା କନ୍ୟା ମନା କରିଦେଇଛି । ଫଳରେ ଶେଷରେ ନିରାଶ ହୋଇ ବର ଶିଶୁପାଳ ହୋଇ ଫେରିଥିଲା । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

{"id":88150}

ସୂଚନା ଅନୁସାରେ ଧର୍ମଗଡ ସହରର ତ୍ରିନାଥ ନାଏକଙ୍କ ପୁଅ ଅମିତ ନାଏକଙ୍କ ସହିତ ଦୁନ୍ଦେଲମାଲ ଗ୍ରାମର ସଧର୍ମ ନାଏକଙ୍କ ଝିଅ ଦୀପିଞ୍ଜଳି ନାଏକଙ୍କ ସହ ବିବାହ ସ୍ଥିର ହୋଇଥିଲା । ଗତ ୨୨ ତାରିଖ ଶୁକ୍ରବାର ରାତିରେ ଧର୍ମଗଡ ସହରରୁ ଅମିତଙ୍କ ବରଯାତ୍ରୀ ଦୁନ୍ଦେଲମାଲରେ ରାତି ସାଢେ ୮ଟାରେ ପହଞ୍ଚିଥିଲା । ପରେ ବରଯାତ୍ରୀମାନେ ବରକୁ ବାଜା ବଜେଇ ବାଣ ବୁଟାଇ ବର ଶୋଭାଯାତ୍ରାରେ ନେଇ କନ୍ୟା ଘରେ ପହଞ୍ଚିଥିଲେ । ତେବେ ମାତାଲ ଅବସ୍ଥାରେ ଥିବା ବର ବିବାହ ବେଦୀରେ ପହଞ୍ଚିବା ମାତ୍ରେ ମଦ ନିଶା ଯୋଗୁଁ ଚେତାଶୂନ୍ୟ ହୋଇପଡିଥିଲା ।

{"id":88151,"align":"center","width":452,"height":452}

ତେବେ ବରଙ୍କ ଏଭଳି ଅବସ୍ଥା ଦେଖି ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ କନ୍ୟା ଜଣକ ମାତାଲ ବରକୁ ବିବାହ କରିବାକୁ ରୋକଠୋକ୍ ମନାକରି ଦେଇଥିଲା । ବର ପକ୍ଷ ଲୋକ ଅନେକ ବୁଝାସୁଝା କରିବା ପରେ ମଧ୍ୟ ଝିଅ ବିବାହ କରିବା ପାଇଁ ମନା କରିଦେଇଥିଲା । ବାଧ୍ୟ ହୋଇ ମଦ୍ୟପ ବରକୁ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡିଥିଲା ।

{"id":88152}

ପରେ ପୁଣି ଥରେ ବର ପକ୍ଷରୁ ଝିଅ ଘରେ ଯାଇ ଆପୋଷ ବୁଝାମଣା ପାଇଁ ଏକ ସାମାଜିକ ସଭା ଆୟୋଜନ କରାଯାଇଥିଲା । ସଭାରେ ମଧ୍ୟ ସେହି ମଦ୍ୟପ ବରକୁ ଆଉ ବିବାହ କରିବେ ନାହଁ ବୋଲି ଶୁଣାଇଦେଇଥିଲେ । ତେବେ ମଦ୍ୟପ ବର ଜଣଙ୍କୁ ଉଚିତ୍ ଶିକ୍ଷା ମିଳିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.