ଧୁମଧାମରେ ଚାଲିଥିଲା ବାହାଘର, ସାତଫେରା ପୂର୍ବରୁ ଚାଲିଗଲା କନ୍ୟା ଜୀବନ : ଶାଳୀକୁ ବାହା ହେଲା ବର

Published By : Prameya-News7 Bureau | May 27, 2021 IST

ଉତ୍ତରପ୍ରଦେଶ ୨୭/୫: ଉତ୍ତରପ୍ରଦେଶର ଇଟାୱାରୁ ନଜର ଆସିଛି ଏକ ଦୁଃଖଦ ଖବର । ଯେଉଁଠାରେ ଧୁମଧାମରେ ଚାଲିଥିଲା ବିବାହ । ବିବାହର ରୀତିନୀତି ସରିବାକୁ ଯାଉଥିଲା । ହଠାତ୍ ସାତଫେରା ପୂର୍ବରୁ, ବେଦୀ ଉପରେ ଆଖିବୁଜିଲା କନ୍ୟା । ସୂଚନା ଥାଉକି, ଇଟାୱାର ଭାରତଥାନା ଅଞ୍ଚଳର ସାମସପୁରରେ ଘଟିଛି ଏଭଳି କରୁଣ ଦୃଶ୍ୟ । ମୃତ୍ୟୁ ବରଣ କରିଥିବା କନ୍ୟାର ଭାଇ ମହେଶ କହିଛନ୍ତି, ୨୫ ତାରିଖ ମଙ୍ଗଳବାର ଭଉଣୀ ସୁରଭୀ ସହିତ ମଞ୍ଜେସ ଗ୍ରାମର ନାବଲି ଚିତାଭାବନଙ୍କ ସହିତ ବିବାହ ଚାଲିଥିଲା ।

wp:gallery {"ids":[457760],"linkTo":"none"} /wp:gallery

ରାତି ପ୍ରାୟ 8.30 ସମୟରେ ଦ୍ୱାରଚାର୍ଯ୍ୟରୁ ଆରମ୍ଭ ହୋଇଥିବା ଏହି ରୀତିନୀତି ଅନୁଯାୟୀ ପ୍ରଥମେ ବରମାଲା, ପରେ ସିନ୍ଦୁର ପିନ୍ଧା ସହ ଅନ୍ୟାନ୍ୟ ରୀତିନୀତି ସରିଥିଲା । ବାକିଥିଲା ବେଦୀ ପରିକ୍ରମା । ହେଲେ ଠିକ୍ ସାତଫେରା ପୂର୍ବରୁ ହଠାତ୍ ବେଦୀରେ ଅସୁସ୍ଥ ହୋଇପଡିଥିଲେ କନ୍ୟା । ସଂଗେ ସଂଗେ କନ୍ୟାକୁ ଡାକ୍ତରଖାନାକୁ ନିଆଗଲା, ହେଲେ ଡାକ୍ତର କହିଥିଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ପରେ ବର ଘର ପକ୍ଷ ଓ କନ୍ୟା ଘର ଲୋକଙ୍କ ଆପୋଷ ବୁଝାମଣା ପରେ ଶାଳୀକୁ ବାହାହୋଇଥିଲା ବର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.