କେନ୍ଦୁଝରରେ ଯୈାତୁକ ଜନିତ କାରଣରୁ ବଧୂହତ୍ୟା ଅଭିଯୋଗ : ସ୍ବାମୀ ଅଟକ

Published By : Prameya-News7 Bureau | November 27, 2018 IST

କେନ୍ଦୁଝର ୨୬/୧୧: ଘସିପୁରା ଥାନା ଅନ୍ତର୍ଗତ ହାତିବନ୍ଧା ଗାଁରେ ବିବାହିତା  ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଧିକ ଯୈାତୁକ ଦାବୀରେ ଶାଶୁଘର ଲୋକେ ଝିଅକୁ ହତ୍ୟା କରିଥିବା  ସମ୍ପର୍କରେ ଥାନାରେ ଏତଲା ପରେ  ପୋଲିସ୍ ମୃତଦେହକୁ ଜବଦ କରି ବ୍ୟବଛେଦ କରାଇବା ସହ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ଥାନା ଅନ୍ତର୍ଗତ ଦୁଡୁଗାଁର ବୁଦ୍ଧଦେବ ବେହେରାଙ୍କ ଝିଅ ଶାନ୍ତିଲତାଙ୍କ ସହ ୭ବର୍ଷ ପୂର୍ବେ ଘସିପୁରା ଥାନା ଅନ୍ତର୍ଗତ ହାତିବନ୍ଧା ଗାଁ ର ନଟବର ଜେନାଙ୍କ ପୁଅ ତ୍ରିଲୋଚନ ସହ ବିବାହ ହୋଇଥିଲା । ତେବେ ଯୈାତୁକ ପାଇଁ  ବିବାହ ପରଠାରୁ ଝିଅକୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ଗ୍ରାମରେ ଭଦ୍ରଲୋକଙ୍କ ମଧ୍ୟରେ ପୂର୍ବରୁ ଆପୋଷ ସମାଧାନ ହୋଇଥିବା କହିଛନ୍ତି କନ୍ୟାପିତା । ତେବେ ଗତକାଲି ହଠାତ୍ ଝିଅର ମୃତ୍ୟୁକୁ ନେଇ ସହଜରେ ଗ୍ରହଣ କରିପାରିନାହାନ୍ତି ବାପଘର ଲୋକେ । ଶାଶୁଘର ଲୋକେ ଝିଅକୁ ଯୈାତୁକ ପାଇଁ ମାରିଦେଇଥିବା କହିଛନ୍ତି ପିତା ବୁଦ୍ଧଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.