ବାହା ବେଦୀରୁ ପ୍ରେମିକା ସହ ବର ଫେରାର, ବରଯାତ୍ରୀଙ୍କ ମଧ୍ୟରୁ ଜୀବନସାଥୀ ବାଛିଲେ କନ୍ୟା

Published By : Prameya-News7 Bureau | January 08, 2021 IST

ବେଙ୍ଗାଲୁରୁ ୮।୧: କଥାରେ ଅଛି ଯୋଡି ଭଗବାନ ଗଢିଥାନ୍ତି । ଯିଏ ଯାହା ଭାଗ୍ୟରେ ଥାଏ ତାକୁ ସିଏ ମିଳେ । କର୍ଣ୍ଣାଟକ ଚିକମଙ୍ଗଲୁରୁରେ ଏମିତି ଏକ ଘଟଣା ଘଟିଛି । ବାହା ବେଦୀରୁ ଭାବି ସ୍ତ୍ରୀକୁ ଛାଡି ପ୍ରମିକା ସହ ଫେରାର ହୋଇଯାଇଛି ବର । କନ୍ୟା ବି ଏହାର ଉଚିତ୍ ଜବାବ ଦେଇଛି । କନ୍ୟା ଜଣଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ବରଯାତ୍ରୀ ସହ ହିଁ ବିବାହ କରିଛନ୍ତି ।

ବେଙ୍ଗାଲୁରୁ ମିରରର ରିପୋର୍ଟ ଅନୁସାରେ, ନବୀନ ଏବଂ ତାଙ୍କ ଭାଇ ଅଶୋକଙ୍କର ବିବାହ ହେବାକୁ ଥିଲା । ଅଶୋକଙ୍କ ବିବାହ ହୋଇଥିବା ବେଳେ ନବୀନ ଫେରାର ହୋଇଯାଇଥିଲେ । ନବୀନ ବିବାହ ଉତ୍ସବର ସମସ୍ତ ରୀତିନୀତିକୁ ପାଳନ କରିଥିଲେ । ହେଲେ ସାତଫେରା ବେଳେ ନବୀନ କନ୍ୟାକୁ ବଦଲାଇ ଦେଇଥିଲେ ।

ବିବାହ ପୂର୍ବଦିନ ନବୀନଙ୍କ ପ୍ରେମିକା ତାଙ୍କୁ ଧମକାଇଥିଲେ । ସେ କହିଥିଲେ ଯଦି ବିବାହ କରିବେ ତେବେ ସେ ତାଙ୍କ ବିବାହ ଉତ୍ସବକୁ ଆସି ବିଷ ପିଇଦେବେ । ଭୟରେ ସେ ବିବାହ ମଣ୍ଡପ ଛାଡି ଫେରାର ହୋଇଯାଇଥିଲେ । ଫିଲ୍ମ ଡ୍ରାମା ଭଳି ଲାଗୁଥିବା ଏହି ସତ ଘଟଣା ଏତିକିରେ ଥମିନଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେତେବେଳେ କନ୍ୟା ଜଣଙ୍କ ବରଯାତ୍ରୀଙ୍କ ମଧ୍ୟରେ ନିଜ ଜୀବନସାଥୀ ଖୋଜିବାକୁ ଲାଗିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ବସ୍ କଣ୍ଡକ୍ଟର ବିବାହ ପାଇଁ ରାଜି ହୋଇଥିଲେ । ଉଭୟଙ୍କ ପରିବାରର ସହମତିରେ ବିବାହ ସମ୍ପନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.