ବର ମଦ ପିଇ ଆସିବାରୁ ଏକ୍ସ-ବୟଫ୍ରେଣ୍ଡ ସହ ପଳାଇଲା କନ୍ୟା: ଆଉ ତା'ପରେ ...

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨/୦୯ : କୌଣସି ଦମ୍ପତିଙ୍କ ପାଇଁ ନିଜର ବିବାହ ଦିନ ଏକ ସ୍ମରଣୀୟଦିନ ଅଟେ । ଏହାକୁ ଅଧିକ ସ୍ମରଣୀୟ କରିବାକୁ ବର-କନ୍ୟା ବିଭିନ୍ନ ଉପାୟ ଆପଣେଇଥାନ୍ତି । ହେଲେ ଏହି ସ୍ପେଶାଲ ଡେ ଦିନ ଯଦି କୌଣସି ଅସୁବିଧା ହୁଏ ତାହା ସବୁ କନ୍ୟାଙ୍କୁ ବହୁତ ଆଘାତ ହୋଇଥାଏ । ଏପରି ଏକ ଘଟଣା ଘଟିଛି ଆମେରିକାରେ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଯାହା ଆମେରିକାରେ ଜଣେ କନ୍ୟା ନିଜ ବିବାହ ଦିନ ବର ମଦ ପିଇ ଆସିଥିଲେ ବୋଲି ଏକ୍ସ ବୟଫ୍ରେଣ୍ଡ ସହ ଲୁଚି ପଳାଇଥିଲା । ସାଧାରଣତଃ ଯେ ପାଶ୍ଚାତ୍ୟ ଦେଶରେ ଲୋକଙ୍କ ମଦ ପିଇବା ଏକ ସାଧାରଣ କଥା । ହେଲେ ଆମେରିକାର ଏହି ଝିଅ ଜଣକର ବର ମଦ ପିଇ ଆସିଥିବାରୁ ବିବାହ ମଣ୍ଡପ ଛାଡ଼ି ପଳାଇ ଯାଇଥିବା ଖବର ଚକିତ କରିଛି ।

ତେବେ ସୂଚନା ଅନୁଯାୟୀ ଆମେରିକାର ମେରିଲାଣ୍ଡରେ ଏକ ବିବାହ ଉତ୍ସବ ଫିକା ପଡ଼ିଯାଇଥିଲା । ଯେତେବେଳେ କନ୍ୟା ବିବାହ ମଣ୍ଡପ ଛାଡି ବୟଫ୍ରେଣ୍ଡ ସହ ଭାଗି ଚାଲିଯାଇଥିଲା । କାରଣ ଥିଲା କେବଳ ମଦ । ବରଟି ମଦ ପିଇ ବିବାହ କରିବାକୁ ଆସିବାରୁ କନ୍ୟା ଏହା ଦେଖି ରାଗି ଯାଇଥିଲେ ଓ ନିଜର ପୁରୁଣା ଏକ୍ସ ବୟଫ୍ରେଣ୍ଡ ସହ ଭାଗି ପଳାଇଥିଲେ ।

wp:gallery {"ids":[515717],"linkTo":"none"} /wp:gallery

ଏହି ଘଟଣା ଆମେରିକାର ଟିଭି ଶୋ’ ଜିପ୍ସ ବ୍ରାଇଡସ୍‌ ରେ ପ୍ରସାରଣ ହୋଇଥିବା ଜଣାପଡ଼ିଛି । ଆମେରିକାର ଏହି ୨୮ବର୍ଷିୟ ବର ଜଣକ ସାମ୍‌ ହୋଇଥିବା ବେଳେ ୨୪ ବର୍ଷିୟା କନ୍ୟା ଜଣକ ହେଲେ ସିଏରିଆ । ବିବାହ ଉତ୍ସବ ଧୂମଧାମରେ ଚାଲିଥିବା ବେଳେ ବରର ମଦ ପିଇଥିବା ହାଲତରେ ଦେଖିବା ପରେ ସିଏରିଆଙ୍କ ମନୋବଳ ନଷ୍ଟ ହୋଇଯାଇଥିଲା । ସେ ସଙ୍ଗେ ସଙ୍ଗେ ସ୍ଥିର କଲେ ଯେ ସେ ସାମଙ୍କୁ ବିବାହ କରିବେ ନାହିଁ। ସେହି ବିବାହରେ ସିଏରିଆଙ୍କ ପୂର୍ବତନ ପ୍ରେମିକା ମଧ୍ୟ ଉପସ୍ଥିତ ଥିଲେ। କାଏଲି ସିଏରିଆଙ୍କୁ ବୁଝାଈ କୁହନ୍ତି କି ସେ ସାମଙ୍କୁ ବିବାହ କରିବା ଉଚିତ୍ ନୁହେଁ ଏବଂ ତାଙ୍କ ସହିତ ପଳାଇ ଯିବା ଉଚିତ୍ । ଏହା ପରେ ସିଏରିଆ ନିଜର ପୁରୁଣା ବୟଫ୍ରେଣ୍ଡ କାଏଲିଙ୍କ ସହ ଭାଗିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.