ନିଜ ବିବାହରେ ଛୋଟ ଛୁଆ ନେଇ ଆସିଥିବା ଦମ୍ପତ୍ତିଙ୍କୁ ବିବାହ ସମାରୋହରୁ ତଡ଼ିଦେଲେ କନ୍ୟା; ଜାଣନ୍ତୁ କଣ ଥିଲା ପୁରା ଘଟଣା

Published By : Prameya-News7 Bureau | December 24, 2018 IST

ବିବାହ ଉତ୍ସବରେ ଯୋଗଦେବା ପାଇଁ ଆଜିକାଲି ଅତିଥିଙ୍କୁ ଅନେକ ନିୟମ ପାଳନ କରିବାକୁ ପଡୁଛି | ବିବାହ ଉତ୍ସବରେ ଯୋଗଦେବା ପାଇଁ କଣ କଣ ସବୁ କରିବାକୁ ପଡିବ ଏବଂ କଣ ନକରିବେ ସେନେଇ ବିବାହ ନିମନ୍ତ୍ରଣ ପତ୍ରରେ ଦର୍ଶାଇ ଦିଆଯାଉଛି | ନିମନ୍ତ୍ରଣ ପତ୍ରରେ ଦର୍ଶାଇ ଦିଆଯାଉଛି ଯେ, "ଆମେ କେବଳ ଆପଣଙ୍କ ଉପସ୍ଥିତି ଆଶା କରୁଚୁ" | ଏଭଳି ଜଣେ କନ୍ୟା ଚାହୁଁଥିଲେ ତାଙ୍କ ବିବାହ ସମାରୋହରେ କୌଣସି ଛୋଟ ପିଲା ଯୋଗ ନ ଦିଅନ୍ତୁ | ସମାରୋହରେ କୌଣସି ଛୋଟ ପିଲାଙ୍କୁ ଯୋଗନଦେବାକୁ ନିମନ୍ତ୍ରଣରେ କଡାକଡି ଭାବେ ନିର୍ଦେଶ ଦିଆଯାଇଥିଲା | ତେବେ ଜଣେ ମହିଳାଙ୍କୁ ଛୁଆ ଏଣିକି ଆସିଥିବା ଦେଖି କନ୍ୟା ରାଗିଯାଇଥିଲେ |

{"id":66721}


ଏନେଇ ସେ କଣ ପ୍ରତିକ୍ରିୟା ରଖିଥିଲେ ଜାଣନ୍ତୁ :
କନ୍ୟା ଜଣକ ପ୍ରତିକ୍ରିୟା ରଖି କହିଥିଲେ ଯେ, ଏହି ଦମ୍ପତ୍ତିଙ୍କ ସହ ଏତେ ମଧ୍ୟ ଘନିଷ୍ଠ ନୁହନ୍ତି | କିନ୍ତୁ ମହିଳା ଜଣକ ସହ ବହୁତ ପୁରୁଣା ପାରିବାରିକ ସମ୍ପର୍କ ଥିବାରୁ ତାଙ୍କୁ ବିବାହରେ ଯୋଗ ଦେବା ପାଇଁ ସେ ଚିନ୍ତା କରିଥିଲେ | ତେବେ ନିମନ୍ତ୍ରଣ ପତ୍ରରେ ସଫାସଫି ଭାବେ ସେ କହିଥିଲେ ଯେ, ପିଲାଙ୍କୁ ନେଇ ଆସିବେ ନାହିଁ | ତଥାପି ମହିଳା ଏବଂ ତାଙ୍କ ସ୍ୱାମୀ ତାଙ୍କର ୩/୪ ବର୍ଷ ବୟସର ଛୁଆକୁ ସାଙ୍ଗରେ ନେଇଆସିଥିଲେ |


କନ୍ୟା ଛୋଟ ପିଲାକୁ ଦେଖି ଦେଖି ରାଗିଯାଇଥିଲେ | ସେ ଭାବିଥିଲେ ଯେ, ବୋଧେ ଦମ୍ପତ୍ତି ବିବାହ ସମାରୋହରେ ଯୋଗ ଦେବା ପାଇଁ ଆସିନଥିଲେ | କିମ୍ବା ତାଙ୍କ ପିଲାକୁ ପାର୍ଟି ଆରମ୍ଭ ହେବା ପୂର୍ବରୁ କେହି ନେଇଯିବେ | ତେବେ ସେ କହିଛନ୍ତି ଯେ, ପୁରା ସମାରୋହ ବହୁତ ଭଲ ଭାବେ ଆରମ୍ଭ ହୋଇଥିଲା ଏବଂ ସବୁକିଛି ଠିକ ଭାବେ ଚାଲିଥିଲା | କିନ୍ତୁ ଏତିକିବେଳେ ଜଣେ ଦମ୍ପତ୍ତି ନିଜ ଛୁଆକୁ ପାର୍ଟିକୁ ନେଇ ଆସି ସବୁ ବିଗାଡି ଦେଇଥିଲେ |

{"id":66722}


ଏହାପରେ କନ୍ୟା ଜଣକୁ ନିଜ ଇଭେଣ୍ଟ ପ୍ଳାନରକୁ ଡାକି କହିଥିଲେ ଯେ, ଦମ୍ପତ୍ତିଙ୍କୁ ଯାଇ ପଚାରିବେ, ତାଙ୍କ ଛୁଆକୁ କେହି ଆସିକି ପାର୍ଟିରୁ ନେଇକି ଯିବ କି ? ସମାରୋହରେ କୌଣସି ଛୁଆକୁ ଆସିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିବା ପାଇଁ ଇଭେଣ୍ଟ ପ୍ଳାନରକୁ ନିର୍ଦେଶ ଦେଇଥିଲେ | ସମାରୋହରେ ସମସ୍ତ ଅତିଥି ଖାଇବା, ପିଇବା, ନାଚିବା, ମଉଜ ମଜଲିସ କରିବା ବେଳେ ଗୋଟେ ଛୁଆ କାନ୍ଦିବା କିମ୍ବା ଅତିଥି ମାନଙ୍କ ମଧ୍ୟରେ ଘୁରି ବୁଲିବା ତାଙ୍କ ପ୍ଲାନରେ ସାମିଲ ନୁହଁ ବୋଲି ସେ କହିଥିଲେ |


ଇଭେଣ୍ଟ ପ୍ଳାନର କନ୍ୟାଙ୍କ ନିର୍ଦେଶ ଅନୁସାରେ ଦମ୍ପତ୍ତିଙ୍କ ସହ କଥା ହେବାକୁ ଗଲେ | କିନ୍ତୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ଦେଖି କନ୍ୟା ନିଜେ ଗଲେ ଦମ୍ପତ୍ତିଙ୍କ ସହ କଥା ହେବା ପାଇଁ | କନ୍ୟା ଦମ୍ପତ୍ତିଙ୍କ ଆଡକୁ ଆସୁଥିବା ଦେଖି ଦମ୍ପତ୍ତି ଟିକେ ଆଶ୍ବସ୍ତି ଅନୁଭବ କରିଥିଲେ | କାରଣ ସେମାନେ ଭାବିଥିଲେ ଯେ, ଇଭେଣ୍ଟ ପ୍ଳାନର ସ୍ୱଇଚ୍ଛାରେ ତାଙ୍କ ସହ ଦୁର୍ବ୍ୟବହାର କରିଛି | ଏନେଇ ସେମାନେ କନ୍ୟାଙ୍କୁ ଇଭେଣ୍ଟ ପ୍ଳାନର ବିରୋଧରେ ଅଭିଯୋଗ କରିବା ପାଇଁ ଭାବିଲେ | କିନ୍ତୁ ଠିକ ସମୟରେ କନ୍ୟା ଜଣକ କହିଥିଲେ ଯେ, ସେ ନିଜେ ହିଁ ତାଙ୍କ ଇଭେଣ୍ଟ ପ୍ଳାନରକୁ ଦମ୍ପତ୍ତିଙ୍କ ସହ କଥା ହେବା ପାଇଁ ପଠାଇଥିଲେ | ସେ କହିଥିଲେ ଯେ, ତାଙ୍କ ରିସେପସନରେ ଛୁଆଙ୍କୁ ଆଣିକି ନାସିବ ପାଇଁ ନିମନ୍ତ୍ରଣରେ ଦର୍ଶ ଯାଇଥିଲା | ତଥାପି ସେ ଛୁଆକୁ ନେଇ ଆସିଛନ୍ତି |

{"id":66723}


ଏହା ଜାଣିବା ପରେ ଛୁଆର ମା କନ୍ୟାଙ୍କୁ କ୍ଷମା ମାଗିବା ସହ କହିଥିଲେ ଯେ, ତାଙ୍କ ଛୁଆ ପାର୍ଟିରେ କୌଣସି ପ୍ରକାରର ବିଶୃଙ୍ଖଳା କରିବନାହିଁ ବୋଲି ସେ ନିଶ୍ଚିତ | ସେଥିପାଇଁ ଛୁଆକୁ ସାଙ୍ଗରେ ନେଇ ଆସିଥିଲେ |
ଶେଷରେ ଦମ୍ପତ୍ତି ନିଜ ଛୁଆକୁ ନେଇ ସମାରୋହରୁ ଚାଲିଯିବ ପାଇଁ କନ୍ୟା ତାଙ୍କୁ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.