Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବିବାହର କିଛି ସମୟ ପରେ ଛାତରୁ ଡେଇଁ ଫେରାର ହୋଇଗଲେ ନବବିବାହିତା ; ଧରାପଡିବା ପରେ ତାଙ୍କ ବୟାନ କଲା ବିସ୍ମିତ…

30/07/2021 at 6:22 PM

ମଧ୍ୟପ୍ରଦେଶ ୩୦/୦୭ : ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେବ । ବିବାହ ରାତିରେ କନ୍ୟା ଜଣଙ୍କ ଛାତରୁ ଡେଇଁ ଫେରାର ହୋଇଯାଇଥିଲେ । ଯୁବତୀଜଣକ ଫେରାର ହେବା ପରେ ପୁଅର ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ଯୁବତୀଙ୍କୁ କାବୁ କରିବା​‌ରେ ସକ୍ଷମ ହୋଇଥିଲା । ତେବେ ଯୁବତୀ ଜଣକ କାହିଁକି ଫେରାର ହୋଇଯାଇଥିଲେ ଉକ୍ତ ଘଟଣା ବାବଦରେ ଜଣାପଡିବା ପରେ ପୋଲିସ୍ ତାଜୁବ ହୋଇଯାଇଥିଲା । କାହିଁକି ନା ସେ କନ୍ୟା ନୁହେଁ ବରଂ ଜଣେ ଲୁଟେରୀ ଥିଲା ଯିଏକି ଟଙ୍କା ନେଇ ବିବାହ କରିଥିଲା ।

ସୂଚନା ଅନୁଯାୟୀ, ଗୋରମୀ ଅଞ୍ଚଳରେ ରହୁଥିବା ଦିବ୍ୟାଙ୍ଗ ସୋନୁ ଜୈନଙ୍କ ବିବାହ ହେଉନଥିଲା । ଦିବ୍ୟାଙ୍ଗ ହୋଇଥିବାରୁ ବିବାହ କରିବାକୁ କେହି ବି ରାଜି ହେଉନଥିଲେ । ହେଲେ ଉଦଲ ଖଟିକ୍ ନାମ ବ୍ୟକ୍ତି ସୋନୁଙ୍କ ବିବାହ କରାଇଦେବେ ବୋଲି କହିଥିଲେ । କିନ୍ତୁ ଏହା ବଦଳରେ ସେ ୧ ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ । ସୋନୁ ୯୦ ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିଲେ ।

ଏହାରି ପରେ ଉଦଳ ଜଣେ ଯୁବତୀଙ୍କୁ ନେଇ ସୋନୁଙ୍କ ଘରେ ପହଞ୍ଚିଥିଲା । ସେହି ଯୁବତୀଙ୍କ ନାଁ ଅନୀତା, ତାଙ୍କ ସହ ଅରୁଣ ଓ ଜିତେନ୍ଦ୍ର ନାମରେ ଦୁଇ ଜଣ ବ୍ୟକ୍ତି ମଧ୍ୟ ଗୋରିମ୍ ଯାଇଥିଲେ । ସେଠାରେ ସୋନୁ ଓ ଅନୀତାଙ୍କର ବିବାହ ରୀତିନୀତି ଅନୁସାରେ ପରିବାର ଲୋକଙ୍କ ସାମ୍ନାରେ କରାଯାଇଥିଲା । ସେହି ଦିନ ରାତିରେ ଅନୀତା ଦେହ ଖରାପ କହି ଛାତ ଉପରକୁ ଚାଲିଗଲେ । ପରେ ଛାତ ଡେଇଁ ଖସି ପଳାଇଥିଲେ । ଏ ବିଷୟରେ ପୋଲିସ୍ ଙ୍କୁ ଖବର ଦିଆଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।  ଯାହାପରେ ପୋଲିସ୍ ଅନୀତାକୁ କାବୁ କରି ଉକ୍ତ ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା।

   Related Posts