ଭିଣୋଇ କରୋନା ପଜିଟିଭ : ବିବାହର କିଛି ଘଣ୍ଟା ପରେ ବରକନ୍ୟାଙ୍କ ସମେତ ୧୦୦ ଜଣ କ୍ଵାରେଣ୍ଟାଇନରେ

Published By : Prameya-News7 Bureau | May 28, 2020 IST

ଛିନ୍ଦୱାଡା ୨୮/୦୫ : ବିବାହର କିଛି ଘଣ୍ଟା ପରେ ବରକନ୍ୟାଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରାଯାଇଛି | ବରକନ୍ୟାଙ୍କୁ ୧୪ ଦିନ କଏଦ କରାଯାଇଛି | ନବ ବିବାହିତଏହି ଦମ୍ପତ୍ତିଙ୍କ ଦୁର୍ଦଶା ପାଇଁ ଦାୟୀ କନ୍ୟାଙ୍କ ଭିଣୋଇ | କନ୍ୟାଙ୍କ ଭିଣୋଇ ସିଆଇଏସଏଫରେ କାର୍ଯ୍ୟରତ | ଗତ କିଛି ଦିନ ହେଲା ସେ ଦିଲ୍ଲୀରେ ନିୟୋଜିତ ଥିଲେ | କିଛି ଦିନ ପୂର୍ବରୁ ତାଙ୍କ ଶାଳୀଙ୍କ ବାହାଘର ଥିଲା | ବାହାଘରରେ ଯୋଗଦେବା ପାଇଁ ସେ ଦିଲ୍ଲୀରୁ ଛିନ୍ଦୱାଡା ଯାଇଥିଲେ |

{"id":277281,"width":574,"height":382,"sizeSlug":"large"}

ଠିକ ବାହାଘର ସରୁ ସରୁ ଜଣାପଡିଲା ସେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଖବର ସାମ୍ନାକୁ ଆସିବା କ୍ଷଣି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା | ବାହାଘର ଉତ୍ସବରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ ହୋଇଥିଲା | ଉଭୟ ବରକନ୍ୟା କରୋନା ସଂକ୍ରମିତ ଭିଣୋଇଙ୍କ ସମ୍ପର୍କରେ ଆସିଥିଲେ | ସେଥିପାଇଁ ଉଭୟଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନକୁ ପଠାଇ ଦିଆଯାଇଛି | ତାଙ୍କ ଛାଡ ଜିଲ୍ଲା ପ୍ରଶାସନର ପାଖାପାଖି ୧୦୦ ଜଣ ସିଆଇଏସଏଫ କର୍ମୀଙ୍କ ସମ୍ପର୍କରେ ଆସିଥିଲେ | ସେ ସମସ୍ତଙ୍କୁ ବର୍ତ୍ତମାନ କ୍ଵାରେଣ୍ଟାଇନ କରାଯାଇଛି |

{"id":277282,"width":584,"height":324,"sizeSlug":"large"}

ଛିନ୍ଦୱାଡା ଜିଲ୍ଲା ଅଧିକାରୀ ସୌରଭ ସୁମନ କହିଛନ୍ତି ଯେ, ସିଆଇଏସଏଫର ଏହି ଯବାନ ମେ ୨୦-୨୧ ତାରିଖରେ ଦିଲ୍ଲୀ ରୁ ଛିନ୍ଦୱାଡା ଆସିଥିଲେ | ଛିନ୍ଦୱାଡା-ହୋଷାଙ୍ଗବାଡ଼ ଜିଲ୍ଲା ସୀମାରେ ତାଙ୍କର ସ୍କ୍ରିନିଙ୍ଗ କରାଯାଇଥିଲା | ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ ପରେ ସେ ନିଜ ପୈତୃକ ଗାଁକୁ ଯାଇଥିଲେ | ତେବେ ଗତ କିଛି ଦିନ ମଧ୍ୟରେ ସେ ତାଙ୍କର କିଛି ସମ୍ପର୍କୀୟଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡିଛି | ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜି କ୍ଵାରେଣ୍ଟାଇନ କରିବା ପ୍ରକ୍ରିୟା ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.