Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ନବ ବିବାହିତ ବରକନ୍ୟାଙ୍କ ସମେତ ୮ଜଣ କରୋନା ପଜିଟିଭ୍ : ବାହାଘରରେ ସାମିଲ୍ ହୋଇଥିଲେ ୧୦୦ରୁ ଅଧିକ, ଚାଲିଛି ଯାଞ୍ଚ

6/07/2020 at 11:11 AM

କରନାଲ ୦୬/୦୭ : କରୋନା ମହାମାରୀ ନିଆଁ ଭଳି ମାଡିଚାଲିଛି | ପ୍ରତିଦିନ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି | ତଥାପି ମଧ୍ୟ ଲୋକେ ଲକଡାଉନ ନିୟମ ପାଳନ ନ କରି କରୋନାକୁ ଆମନ୍ତ୍ରଣ କରୁଛନ୍ତି | ହରିୟାଣା କରନାଲରେ ରବିବାର ଦିନ ୧୫ ନୂଆ ମାମଲା ସାମ୍ନାକୁ ଆସିଛି | ଜୁନ ୨୯ ତାରିଖରେ କରନାଲର ଏକ ପଞ୍ଚ ତାରକା ହୋଟେଲରେ ବିବାହ ସମାରୋହ ଆୟୋଜିତ ହୋଇଥିଲା | ବିବାହରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ | ବିବାହର ମାତ୍ର କିଛି ଦିନ ପରେ ନବ ବିବାହିତ ବରକନ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି | ବରକନ୍ୟାଙ୍କ ସହ ପରିବାର ଆଉ ୬ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି | ଆଉ କିଛି ସମ୍ପର୍କୀୟଙ୍କ କରୋନା ଯାଞ୍ଚ ବାକି ଅଛି |

କରନାଲର ଏକ ଘରୋଇ ହସ୍ପିଟାଲରେ ଜଣେ କରୋନା ପଜିଟିଭ ରୋଗୀ ପହଞ୍ଚିଥିଲେ | ଏହାପରେ ହସ୍ପିଟାଲ କର୍ମଚାରୀ ଓ ଡାକ୍ତର ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିଥିଲା | ବିବାହ ସମାରୋହ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି | ବର୍ତ୍ତମାନ ଏହି ବିବାହରେ ସାମିଲ ହୋଇଥିବା ଏବଂ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି |

ଉପାୟୁକ୍ତ କୃଷ୍ଣ କୁମାର କହିଛନ୍ତି ଯେ ପୂର୍ବରୁ କରନାଲର ଏକ ଘରୋଇ ହସ୍ପିଟାଲରେ କୋଭିଡ-୧୯ ରୋଗୀ ପହଞ୍ଚିବା ପରେ ହସ୍ପିଟାଲ କର୍ମଚାରୀ ଏବଂ ଡାକ୍ତର ସଂକ୍ରମିତ ହୋଇଥିଲେ | ବାହାଘର ଯୋଗୁଁ ଗୋଟିଏ ଘରର ନବ ବିବାହିତ ବରକନ୍ୟାଙ୍କ ସମେତ ତାଙ୍କର ଅନେକ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | କରନାଲରେ ମୋଟ ୪୦୫ ମାମଲା ରହିଛି | ସେଥୁରୁ ୧୫୧ ଆକ୍ଟିଭ ମାମଲା ରହିଛି ଏବଂ ୨୪୬ ସୁସ୍ଥ ହୋଇଥିବାବେଳେ ୮ ଜଣ ପ୍ରାଣ ହରାଇଛନ୍ତି |

ରାଜ୍ୟରେ ଗୋଟିଏ ଦିନରେ ୪୮୭ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଛି | ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୮୪ରେ ପହଞ୍ଚିଛି | ସେଥିରୁ ୪ ହଜାର ୬୬ ଆକ୍ଟିଭ ମାମଲା ରହିଥିବାବେଳେ ୨୭୪ ଜଣ ପ୍ରାଣ ହରାଇଛନ୍ତି |

   Related Posts