Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ମହଙ୍ଗା ପଡିଲା ପ୍ରେମ ବିବାହ : ପୁଅ ଘରେ ପଶି ଆକ୍ରମଣ କଲେ ଝିଅଘର ଲୋକେ, ୫ ଆହତ

4/06/2021 at 11:53 AM

ଢେଙ୍କାନାଳ ୪।୬: ପ୍ରେମ ବିବାହକୁ ନେଇ ଢେଙ୍କାନାଳ ତରଭା ଗାଁରେ ତୁମୁଳକାଣ୍ଡ । ପୁଅ ଘରେ ପଶି ଝିଅ ଘର ଲୋକଙ୍କ ସଂଘବଧ ଆକ୍ରମଣ । ଫଳରେ ପ୍ରେମୀ ଯୁଗଳଙ୍କ ସହ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ସଦର ଥାନା ତରଭା ଗାଁରେ ଏହି ଆକ୍ରମଣ ଘଟଣା ଘଟିଛି । ଭିନ୍ନ ଜାତିରେ ପ୍ରେମ ବିବାହ ହୋଇଥିବାରୁ ଏହି ଆକ୍ରମଣ ଘଟଣା ଘଟିଥିବା କୁହାଯାଉଛି । ତେବେ ଗ୍ରାମବାସୀ ଏକଜୁଟ ହୋଇଯିବାରୁ ଆକ୍ରମଣକାରୀ ଖସି ପଳାଇ ଯାଇଥିଲେ । ଘଟଣାସ୍ଥଳରେ ଆକ୍ରମଣକାରୀ ପିସ୍ତଲ ଛାଡି ଯାଇଛନ୍ତି । ଝିଅ ଘର ଲୋକଙ୍କ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି । ଏଥିରେ ପ୍ରେମୀଯୁଗଳ ଓ ପୁଅର ଦୁଇ ଜଣ ଦାଦା ମଧ୍ୟ ଆହତ ହୋଇଛନ୍ତି । ଗତକାଲି ରାତିରେ ପୁଅ ଘରେ ଝିଅଘର ଲୋକ ୨ ଘଣ୍ଟା ଧରି ଆତଙ୍କରାଜ ଚଳାଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଆକ୍ରମଣକାରୀ ଛାଡି ଯାଇଥିବା ପିସ୍ତଲ ଜବତ କରିଛି ପୋଲିସ ।

   Related Posts