ବାହାଘର ଦିନ ପ୍ରେମିକାକୁ ଉଠାଇନେଲା ପାଗଳ ପ୍ରେମିକ: ଶିଶୁପାଳ ହୋଇ ଫେରିଲା ବର, ପ୍ରେମିକାର ଭାଇକୁ ଆକ୍ରମଣ ଉଦ୍ୟମ, ସହଯୋଗୀକୁ ବାନ୍ଧିଲେ ଗ୍ରାମବାସୀ

Published By : Prameya-News7 Bureau | July 17, 2019 IST

ପଟ୍ଟାମୁଣ୍ଡାଇ୧୭|୭: ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକା ଅନ୍ୟତ୍ର ବିବାହ କରିବାରୁ ବିବାହ ଦିନ ହିଁ ପ୍ରେମିକାକୁ ଟେକିନେଲା ପ୍ରେମିକ । ଆଉ ବର ଫେରିଗଲା ଶିଶୁପାଳ ହୋଇ । ଅନ୍ୟପଟେ କାହିଁକି ଅନ୍ୟତ୍ର ବିବାହ କରାଯାଉଥିଲା ବୋଲି କହି ପ୍ରେମିକାର ଭାଇ ଉପରେ ଆକ୍ରମଣ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ଦ୍ବାରା ପ୍ରେମିକର ସହେଯାଗୀ ଅଟକ । ଆଉ ପ୍ରେମିକ ମାରିଲା ଚମ୍ପଟ । ଏହି ଘଟଣା ଏବେ ମହାକାଳପଡା ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । 

{"id":134777}

ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ କଳପଡା ଗାଁ ର ।  ଫକିର ବାରିକଙ୍କ ଝିଅ   ଗିତାଞଳି ବାରିକ  ଗତ ୧୧ ତାରିଖ ଦିନ ଲକ୍ଷ୍ମିନାରାୟଣ ପଚାଂୟତର ରଘୁଦେଇପୁର ଗାଁ ରେ ବିବାହ ପାଇଁ ସବୁ ଆୟୋଜନ ସରିଥିବାବେଳେ ବଳେ ସମସ୍ତେ ଲାଗି ପଡିଥିଲେ ବିବାହ ଉତ୍ସବରେ । ବନ୍ଧୁ, ବାନ୍ଧବ, ପରିବାର, ଆତ୍ମିୟସ୍ବଜନ ସମସ୍ତେ ଥିଲେ ବାହାଘରେ ମସଗୁଲ।  ରାତିରେ ବର ଆସିବ ଆଉ ବିବାହ ସମ୍ପର୍ଣ ହେବ ବୋଲି ସମସ୍ତେ ଅପେକ୍ଷାରେ ଥାଆନ୍ତି ।

{"id":134778}

ହଲେ ସଂନ୍ଧ୍ୟା ନହେଉଣୁ ହୁରି ପଡିଲା ଝିଅ ଗଲା କୁଆଡେ । ସମସ୍ତେ ଖୋଜା ଖୋଜି କଲେ । ହଲେ କେହି ତାର ପତା ପାଇଲେନି । ଶେଷରେ ବର ବି ଆସି ଶିଶୁପାଳ ହୋଇ ଫେରିଲା । କିନ୍ତୁ ଝିଅର ଦେଖା ନାହିଁ । ଶେଷରେ ଝିଅର ଭାଇ ଅଭିମନ୍ୟୁ ବାରିକ ମହାକାଳପଡା ଥାନାରେ ଝିଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଲେ ।

{"id":134779}

ଖୋଜା ଖୋଜି କଲାପରେ ଜାଣିବାକୁ ପାଇଲେ ଯେ ଝିଅକୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂକୁରୁପା ଗାଁର ମଳୟ ଦାସ ଉଠାଇ ନେଇଛି । ଏହା ଜାଣିବାପରେ ଝିଅଘର ଲୋକେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରି ରହିଥିଲେ  । ଠିକ ହୋଇଥିବା ବର ଘରକୁ ମଧ୍ୟ ଭୁଲ ମାଗି ନିଜ ଦୋଷ ସ୍ବୀକାର କଲେ । ହଲେ ଘଟଣା ସେଇଠି ସରିଲାନି । 

{"id":134780}

ଗତକାଲି ବିଳମ୍ବିତ ରାତିରେ ପ୍ରେମିକ ମଳୟ ଓ ତାର ଏକ ସହେଯାଗୀ ରାଜକିଶୋର ବାରିକ ସହ ମିଶି ଝିଅର ବାପଘର କଳପଡାକୁ ଆସିଥିଲା ଆଉ ରାତି ପ୍ରାୟ ୧୨ଟା ସମୟରେ ଝିଅଘର କବାଟ ବାଡେଇବା ସହ ଝିଅର ଭାଇ ଅଭିମନ୍ୟୁକୁ ଡାକିଥିଲା । କାହିଁକି ଥାନାରେ କେଶ କଲୁ ଏବଂ କଣପାଇଁ ଝିଅକୁ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କଲୁ ବୋଲି କହି ମାରଣାସ୍ତ୍ର ସାହାର୍ଯ୍ୟରେ ଅଭିମନ୍ୟୁକୁ ମାରିବାକୁ ଉଦ୍ୟମ କରିଥିଲା।

{"id":134781}

ହେଲେ ଅଭିମନ୍ୟୁ ବାହାରକୁ ଦୌଡି ଚାଲିଯିବା ସହିତ ଗ୍ରାମବାସୀଙ୍କୁ ଡାକିଥିଲେ । ଫଳରେ ଗ୍ରମବାସୀ ମଳୟ ଓ ତାର ସହେଯାଗୀକୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ମଳୟ ଖସିଯିବାରେ ସକ୍ଷମ ହୋଇଥିବାବେଳେ ରାଜକିଶୋର ଗାଁ ଲୋକଙ୍କ ହାତରେ ଧରାପଡିଥିଲା । ପରେ ରାଜକିଶୋର ଗ୍ରାମବାସୀଙ୍କ ଦ୍ବାରା ଉତ୍ତମ ମଧ୍ୟମ ଖାଇ ରାତି ସାରା ଖୁଂଟରେ ବନ୍ଧା ହୋଇଥିଲା । ପରେ ମହାକାଳପଡା ଥାନା ପୋଲିସ ରାଜକିଶୋରକୁ ଉଦ୍ଧାର କରି ହେପାପାଜତକୁ ନେଇଛି । ପୋଲିସ ଘଟଣାର ତଦନ୍ତ କରିବା ସହିତ ରାଜକିଶୋରକୁ ଅଟକ ରଖିଛି ଓ ମଳୟକୁ ଖୋଜାଖାଜି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.