ବାହାବେଦୀରେ ବରମାଳ ପିନ୍ଧାଇବାବେଳେ ନବବଧୂକୁ ପ୍ରେମିକ ମାରିଲା ଗୁଳି

Published By : Prameya-News7 Bureau | March 14, 2019 IST

କାନପୁର ୧୪/୩: ବାହାବେଦୀରେ ଘଟିଛି ଅଭାବନୀୟ ଘଟଣା । ବିବାହ ତାଲିଥିବାବେଳେ କନ୍ୟାକୁ ଗୁଳିମାରି ହତ୍ୟାକରିବା ସହ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛି କନ୍ୟାର ପ୍ରେମିକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଟିଛି ଉନ୍ନାଓର ସୋହରାମଉ ଥାନା ଅଞ୍ଚଳର କୁଶହରୀ ଗାଁରେ । ଗାଁର ବଚ୍ଚୁଲାଲଙ୍କ ଘରେ ଆନନ୍ଦମୟ ବାତାବରଣରେ ନବବଧୂର ଗୃହ ପ୍ରବେଶ ପାଇଁ ଅପେକ୍ଷାରେ ବିଭିନ୍ନ ରୀତି ଚାଲିଥିଲା। ମଙ୍ଗଳବାର ରାତିରେ ମହିଳାମାନେ ନୃତ୍ୟ ସଙ୍ଗୀତରେ ମଗ୍ନ ଥିଲେ। ସେହି ସମୟରେ ବାହା ବେଦୀରେ ନବବଧୂଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ସକାଳେ ବର ଏବଂ ବରଯାତ୍ରୀ ନବବଧୂଙ୍କ ବିନା ହିଁ ଫେରିଛନ୍ତି।

ସୋହରାମଉ ଥାନା ଅଞ୍ଚଳର କୁଶହରୀ ଗାଁ ବାସିନ୍ଦା ବଚ୍ଚୁଲାଲ ଲୋଧୀ ନିଜ ପୁଅ ସାଜନଙ୍କ ବିବାହ ରାୟବରେଲି ଜିଲ୍ଲାର ବଚ୍ଛରାଁଓ୍ବା କୋତଓ୍ବାଲିର ଗାଜିଆପୁର ଗାଁ ବାସିନ୍ଦା ପୁତ୍ତିଲାଲଙ୍କ ଝିଅ ଆଶା(୨୨)ଙ୍କ ସହ ୩ମାସ ପୂର୍ବରୁ ସ୍ଥିର କରିଥିଲେ। ଅଗଓ୍ବାନୀ ଏବଂ ଦ୍ବାରଚାର ପରେ  ବରମାଳା ରୀତି ହୋଇଥିଲା।

ରାତି ପାଖାପାଖି ୧୦ଟାବେଳେ ବର ଏବଂ କନ୍ୟାଙ୍କ ପରିବାର ଲୋକ ଫଟୋ ଉଠାଉଥିଲେ। ଏହି ସମୟରେ ବ୍ରଜେନ୍ଦ୍ର କୁମାର ଆଶାଙ୍କ ପେଟକୁ ଗୁଳି ମାରି ନିଜ ଗଳାକୁ ମଧ୍ୟ ଗୁଳି ମାରିଥିଲେ। ଆଶା ଏବଂ ବ୍ରଜେନ୍ଦ୍ର ଲହୁଲୁହାଣ ହେବାମାତ୍ରେ ସେଠାରେ ହୋହାଲ୍ଲା ହୋଇଥିଲା। ଲୋକେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ଏବଂ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ।

ଏହି ଘଟଣା ପରେ ବିବାହ ବେଦୀରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ୍ ଆସି ତଦନ୍ତ କରିଥିଲେ। ପୋଲିସ୍ ବର ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲେ।

 ସାଜନଙ୍କ କହିବାନୁସାରେ ଆଶା ତାଙ୍କ ସହ କେବେ ଆଗରୁ ଫୋନରେ କଥା ହୋଇନଥିଲେ। ସେ କହିଥିଲେ ଯଦି ତାଙ୍କୁ ଏବିଷୟରେ ଆଗରୁ ଜଣା ଥାଆନ୍ତା ତେବେ ସେ ବିବାହ କରିବାକୁ ମନା କରିଥାଆନ୍ତେ। ଏହା ଦ୍ବାରା ଦୁଇ ଜଣଙ୍କ ଜୀବନ ଯାଇନଥାଆନ୍ତା। ସାଜନ ଦହୀ ଚୈାକିରେ ଥିବା ଏକ ଚମଡ଼ା ଫ୍ୟାକ୍ଟ୍ରିରେ କାମ କରନ୍ତି। ତାଙ୍କ ବାପା ଚାଷ କାମ ଏବଂ ୨ଜଣ ବଡ଼ ଭାଇ ଟ୍ରକ୍ ଚଲାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.