କୁମାର ପୂର୍ଣ୍ଣିମାରେ ନବବଧୂର ଆତ୍ମହତ୍ୟା, ହତ୍ୟା ଅଭିଯୋଗରେ ସ୍ୱାମୀ-ଶାଶୁ-ଶ୍ୱଶୁର ଗିରଫ

Published By : Prameya-News7 Bureau | October 20, 2021 IST

ଟାଙ୍ଗୀ, ୨୦/୧୦: କୁମାର ପୂର୍ଣ୍ଣିମାରେ ଏକ ଅଭାବନୀୟ ଘଟଣା ଘଟିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଗ୍ରାମ ଚିଲିକା ସାହିରେ ଜଣେ ନବବଧୂର ମୃତ୍ୟୁ ହୋଇଛି । ପାରିବାରିକ କଳହ ଯୋଗୁଁ ନବବଧୂ ଦଉଡି ଦେଇ ଆତ୍ମହତ୍ୟା କରିଛି ବୋଲି ଶାଶୂଘର ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଯୌତୁକ ପାଇଁ ଶାଶୂଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ମୃତକଙ୍କ ବାପଘର ଲୋକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଟାଙ୍ଗୀ ପୋଲିସ ଯୌତୁକ ଜନିତ ହତ୍ୟାକାଣ୍ଡ ଆଧାରରେ ଏକ ମାମଲା ରୁଜୁ କରି ସ୍ୱାମୀ-ଶାଶୁ-ଶ୍ୱଶୁରଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଆଜକୁ  ୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମିନତୀ ସହିତ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡରାୟଙ୍କର ବିବାହ ହୋଇଥିଲା । ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତିଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତା ମୀନତିର ବାପଘର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.