ନବ ବିବାହିତାଙ୍କ ଆତ୍ମହତ୍ୟା ! ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | September 18, 2021 IST

ଭୁବନେଶ୍ୱର, ୧୮/୦୯: ନବ ବିବାହିତାଙ୍କ ଆତ୍ମହତ୍ୟା । ଗୋଟିଏ ବର୍ଷ ବି ଗଲାନି ବାହାଘର । ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ମହିଳା । ତେବେ ମହିଳାଙ୍କ ବାପ ଘର ଲୋକେ ଶ୍ଵଶୁର ଘୋର ଲୋକଙ୍କ ବିରୋଧରେ ଆଣିଛନ୍ତି ହତ୍ୟା ଅଭିଯୋଗ । ଏପରି ଘଟଣା ଘଟିଛି ଭୁବନେଶ୍ୱର କପିଳେଶ୍ୱର ଅଞ୍ଚଳରେ ।

ସୂଚନା ଅନୁସାରେ, କାକଟପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ଦାଶ ଭୁବନେଶ୍ୱର କପିଳେଶ୍ୱର ଅଂଚଳର ଦିଲୀପ ମହାପାତ୍ରଙ୍କୁ ବିବାହ କରିଥିଲେ । ତେବେ ଗତ କିଛି ଦିନ ଧରି ଲକ୍ଷ୍ମୀଙ୍କୁ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏପରିକି ତାଙ୍କୁ କୁଆଡେ ବାପ ଘରକୁ ଯିବାକୁ ଦେଉନଥିଲେ । ବାପ ଘର ଲୋକଙ୍କ ସହ ଫୋନରେ କଥା ହେବାକୁ ମଧ୍ୟ ଦିଆଯାଉନଥିଲା ।

ଝିଅର ମୃତ୍ୟୁ ଖବର ପରେ ବାପଘର ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.