Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଝିଅର ଜୀବନ ବଞ୍ଚାଇଦେଲା ଘୋଡ଼ା, କନିଆଁ ବିନା ବରଯାତ୍ରୀ ନେଇ ଫେରିଗଲା ବର

25/06/2021 at 4:20 PM

ଶାହଜାହନପୁର ୨୫/୬: ଏବେ ବିବାହ ଋତୁ ଚାଲିଛି। ସବୁଆଡ଼େ ଧୁମଧାମରେ ନହେଲେ ନାହିଁ କମ ସଂଖ୍ୟକ ଅତିଥିଙ୍କ ଗହଣରେ ବାହା ଘର ହେଉଛି। ଏହାରି ଭିତରେ ବାହା ଘର କିଛି କାରଣ ପାଇଁ ମଧ୍ୟ ଭାଙ୍ଗିଯାଉଛି। କେତେବେଳେ ବର ପଣକିଆ ଡାକିପାରୁନଥିବା ବେଳେ ତ କେତେବେଳେ ପୁଣି ହିନ୍ଦୀ ଖବର କାଗଜ ପଢ଼ିନପାରିବାରୁ କନିଆଁ ବାହା ହେବାକୁ ମନା କରିଦେଉଛନ୍ତି। ସେମିତି ଏକ ମାମଲା ଶହାଜାହନପୁରରେ ଘଟିଛି। ବର ଘୋଡ଼ା ସବାରୀ କରି ନପାରିବାରୁ କନିଆଁ ସିଧା ବାହା ଘର ବାତିଲ କରିଦେଇଛନ୍ତି।

ଘୋଡ଼ା ଉପରେ ଚଢ଼ିବାକୁ ଶତ ଚେଷ୍ଟା କରି ବର ବିଫଳ ହେବା ପରେ କିଛି ଭାବିବା ଆଗରୁ କନିଆଁ ଚରମ ନିଷ୍ପତ୍ତି ନେଇଛନ୍ତି। କନିଆଁର ଏମିତି ନିଷ୍ପତ୍ତିକୁ ଶୁଣିବା ପରେ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଘର ଲୋକେ ତାଙ୍କୁ ବୁଝାଇ ବୁଝାଇ ନୟାନ୍ତ ହୋଇପଡ଼ିଛନ୍ତି। ଏତେ ପରେ ମଧ୍ୟ ସେ ରାଜି ହୋଇନାହାନ୍ତି।

ଶାହଜାହନପୁରର ସଦର ବଜାରରେ ଥିବା ଏକ କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା। କିନ୍ତୁ ମଦ ନିଶାରେ ଚୂର ସୁବଭାଷନଗରର ମୋହଲ୍ଲନର ବର ବାରମ୍ବାର ଘୋଡ଼ା ଉପରେ ଚଢ଼ିବାକୁ ଯାଇ ତଳେ ପଡ଼ିଯାଇଥିଲେ। ମଦୁଆ ବରର ଏମିତି କାଣ୍ଡ ଦେଖି ଖୁଟାର ବାସିନ୍ଦା କନିଆଁ ବାହା ହେବାକୁ ମନା କରିଦେଇଥିଲେ। ସାରା ରାତି ଡ୍ରାମା ଚାଲିଥିଲା। ଶେଷରେ ମାମଲା ଥାନାରେ ପହଞ୍ଚିବା ପରେ ଦୁଇ ପକ୍ଷ ପରସ୍ପରକୁ ଜିନିଷ ପତ୍ର ଫେରସ୍ତ ଦେଇଥଲେ। ବର ବିନା କନିଆଁରେ ବରଯାତ୍ରୀ ନେଇ ଫେରିଯାଇଥିଲା। ଜୀବନ ଖରାପ ହେବା ପୂର୍ବରୁ ରକ୍ଷା ପାଇଗଲି ବୋଲି କନିଆଁ କହିଛନ୍ତି।

   Related Posts