ସୁଲତାନପୁର ୮/୬ : ଆମେ ସମସ୍ତେ ଜାଣିଛେ ଯେ ସବୁବେଳେ ବର ବରଯାତ୍ରୀ ଧରି କନ୍ୟା ଘରକୁ ଆସିଥାଏ ତାପରେ ବିବାହ ହୋଇଥାଏ । କିନ୍ତୁ କୌଣସି କନ୍ୟା ବରଯାତ୍ରୀ ଧରି ବର ଘରକୁ ଯିବା ଆପଣ କେବେ ଶୁଣିଛନ୍ତି କି ? ଶୁଣିନଥିବେ ନିଶ୍ଚୟ । କିନ୍ତୁ ଏହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ସୁଲତାନପୁରରେ । ଜଣେ ଯୁବତୀ ବରଯାତ୍ରୀ ଧରି ବର ଘରେ ପହଂଚିଗଲେ ।
{"id":121068}ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ରହୁଥିବା ଜଣେ ଯୁବତୀ ଯେମିତି ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେମିକଙ୍କ ବିବାହ ଅନ୍ୟ ଜାଗାରେ ଠିକ ହୋଇଯାଇଛି, ସେ ତୁରନ୍ତ ବ୍ୟାଣ୍ଡ ବାଜା ସହ ବରଯାତ୍ରୀ ଧରି ୫୫ କିଲୋମିଟର ଦୂର ସୁଲତାନପୁର ନିଜ ପ୍ରେମିକଙ୍କ ଘରେ ପହଂଚିଥିଲେ । ପ୍ରେମିକଙ୍କ ଘରେ ପହଂଚି ସେ ବିବାହ କରିବା ପାଇଁ ଜିଦ୍ ଧରି ବସିଲେ । କିନ୍ତୁ ଯୁବକଙ୍କ ଘରଲୋକ ବିବାହ ପାଇଁ ମନା କରିବାରୁ ସେ ଘୋଷଣା କଲେ ଯେ ସେ ବରଯାତ୍ରୀ ନେଇ ଆସିଛନ୍ତି ମାନେ ବିବାହ କରିକି ହିଁ ଯିବେ । ଯୁବକଙ୍କ ଘର ଲୋକ କହିଲେ, ଜଣେ ଯୁବତୀ ହୋଇ ବରଯାତ୍ରୀ ନେଇ ଆସିବା ଘଟଣାକୁ ଜାତି ସମାଜ ଗ୍ରହଣ କରେନାହିଁ । ସେଥିପାଇଁ ସେମାନେ ମଧ୍ୟ ଏହି ବିବାହ ପାଇଁ ରାଜି ନୁହନ୍ତି । କିନ୍ତୁ ଯୁବତୀ ବାହା ନ ହୋଇ ଫେରିବାକୁ ଜମା ବି ରାଜି ହେଲେନାହିଁ । ଯୁବତୀଙ୍କ ଭଲପାଇବା ଦେଖି ଗାଁଲୋକେ ତରଳି ଯାଇଥିଲେ । ସେମାନେ ଯୁବକଙ୍କ ଘରଲୋକଙ୍କୁ ବୁଝାଇଥିଲେ । ଗାଁଲୋକଙ୍କ ଚାପରେ ଯୁବକଙ୍କ ଘରଲୋକଙ୍କୁ ଏହି ବିବାହ ପାଇଁ ସମ୍ମତି ଦେବାକୁ ପଡିଥିଲା ।
{"id":121069}ଯୁବତୀଙ୍କ ଭଲପାଇବା ଏବଂ ଜିଦ୍ ଆଗରେ ଯୁବକଙ୍କ ଘରଲୋକଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ଶେଷରେ ହସ ଗମାତ, ନାଚଗୀତ ଏବଂ ଧୁମଧାମରେ ବାହାଘର ସମ୍ପନ୍ନ ହେଲା ।
{"id":121070}ବରଯାତ୍ରୀ ନେଇ ଯାଇଥିବା ଯୁବତୀ ହେଲେ କିରନ୍ । ଯୁବକ ହେଲେ ରାମେଶ୍ୱର । ବାହାଘର ପରେ ଉଭୟ ପତିପତ୍ନୀ ଭାବେ ଖୁସିରେ ଅଛନ୍ତି । ଯୁବକଙ୍କ ଘରଲୋକ ମଧ୍ୟ ବୋହୁକୁ ଖୁସିରେ ଖିସିରେ ସ୍ୱୀକାର କରିଛନ୍ତି ।