ନିଜେ କନ୍ୟା ବୁଲେଟ ଚଲାଇ କନ୍ୟାଯାତ୍ରୀ ସହ ବିବାହ ମଣ୍ଡପରେ ପହଁଚିଲେ ବୁଲେଟରାଣୀ : କନ୍ୟାଙ୍କୁ ଦେଖିବା ପାଇଁ ଲାଗିଲା ଭିଡ

Published By : Prameya-News7 Bureau | January 04, 2019 IST

ଦଉଣ୍ଡ ୪/୧ : ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଦଉଣ୍ଡ ଅଂଚଳର କେଡ଼ଗାଁର ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କାରଣ ବିବାହରେ ବରଯାତ୍ରୀ ବର ନେବା ବଦଳରେ କନ୍ୟା ନେଇକି ଯାଇଥିଲେ କନ୍ୟାଯାତ୍ରୀ | ସବୁଠାରୁ ମଜାର ବିଷୟ ହେଲା କନ୍ୟା ନିଜେ ଏକ ବୁଲେଟ ଚଳାଇ କନ୍ୟାଯାତ୍ରୀଙ୍କୁ ନେଇ ବର ଘରକୁ ଯାଇଥିଲେ | ନାଲି ବାହାଘର ଡ୍ରେସ ସହ କଳା ଚଷମା ପିନ୍ଧି କନ୍ୟା କନ୍ୟାଯାତ୍ରୀଙ୍କ ଆଗେ ଆଗେ ଯାଇଥିଲେ | ଲୋକେ କନ୍ୟାଙ୍କୁ ଅନେକ ଜାଗାରେ ଉତ୍ସାହର ସହ ସ୍ୱାଗତ ମଧ୍ୟ କରିଥିଲେ |

ଏଭଳି ପଦକ୍ଷେପ ନେବା ପଛରେ ଯୁବତୀ ସମାଜକୁ ଏକ ଭଲ ବାର୍ତ୍ତା ଦେଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି | ପୁଅମାନଙ୍କ ତୁଳନାରେ ଝିଅମାନେ କେଉଁ କାମରେ ପଛରେ ନାହାନ୍ତି ବୋଲି ଯୁବତୀ ସମାଜକୁ ବାର୍ତ୍ତା ଦେଇଛନ୍ତି | ଯୁବତୀ କହିଛନ୍ତି ଯେ, କେବଳ ବର ହିଁ ବରଯାତ୍ରୀ ନେଇକି ଯିବ ସେମିତି କେଉଁଠି ଲେଖା ହୋଇନାହିଁ , ତେଣୁ ସେ ବାହା ହେବା ପାଇଁ କନ୍ୟାଯାତ୍ରୀ ପହଞ୍ଚିଯାଇଥିଲେ |

{"id":70343}

ଗତ ବୁଧବାର ଦିନ କେଡ଼ଗାଁରେ ଏହି ବିବାହ ହୋଇଥିଲା | କନ୍ୟା ହେଲେ କୋମଲ ଦେଶମୁଖ | କୋମଲଙ୍କ ବାପା ଜଣେ ଚାଷୀ | କୋମଲଙ୍କ ବାପା କହିଛନ୍ତି ଯେ, ତାଙ୍କ ଝିଅ ବୁଲେଟରେ କନ୍ୟାଯାତ୍ରୀ ନେଇକି ଯିବା ପାଇଁ ନିଜ ଇଛା ପ୍ରକାଶ କରିଥିଲା | ଝିଅର ଇଛାରେ ସେ ବାଧା ଦେବା ଠିକ ବୋଲି ଭାବିନଥିଲେ | ସେଥିପାଇଁ ଝିଅର ଇଛାକୁ ସମ୍ମାନ ଦେଇ ସେ ତାଙ୍କ ଇଛା ପୂରଣ କରିଥିଲେ | ଝିଅର ଏହି ଇଛା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଭଲ ମେସେଜ ବୋଲି ସେ କହିଥିଲେ | ତେବେ କୋମଲଙ୍କ ଏଭଳି ନିଷ୍ପତ୍ତିରେ ବରପକ୍ଷ ମଧ୍ୟ ଆପତ୍ତି ଦର୍ଶାଇ ନଥିଲେ | ବରପକ୍ଷ ମଧ୍ୟ କୋମଲଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ | କୋମଲ ବୁଲେଟରେ କନ୍ୟାଯାତ୍ରୀ ନେଇ ସିଧା ମଣ୍ଡପରେ ପହଂଚିଥିଲେ |

{"id":70344}

ବିବାହ ପାଇଁ କୋମଲ ନିଜ ଘରୁ ବିବାହ ମଣ୍ଡପ ପର୍ଯ୍ୟନ୍ତ ୫କି:ମି: ବୁଲେଟ ଚଳାଇଥିଲେ | ତାଙ୍କ ପଛେ ପଛେ ତାଙ୍କ ପରିବାରଲୋକେ କାରରେ ଆସୁଥିଲେ | ଗାଁଲୋକେ ଏହି ଖବର ପାଇ କୋମଲଙ୍କୁ ଦେଖିବାକୁ ଭିଡ ଯମେଇଥିଲେ | ଏହାସହ କୋମଲଙ୍କୁ ଅନେକ ଜାଗାରେ ସ୍ୱାଗତ ମଧ୍ୟ ଜଣେଇଥିଲେ | ଲୋକେ କୋମଲଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.