Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ପାଇଁ ବଦଳିଗଲା ପରମ୍ପରା, ବିବାହ ପାଇଁ ବର ଘରେ ପହଞ୍ଚିଲେ କନିଆଁ

12/05/2021 at 9:35 PM

ନୂଆଦିଲ୍ଲୀ ୧୨/୫: କରୋନା ଭୟାବହତା କଣ ତାହା ସମସ୍ତଙ୍କୁ ଜଣା। କରୋନା ପାଇଁ ନହେବା କଥା ହେଉଛି। ବର ବରଯାତ୍ରୀ ନେଇ କନିଆଁ ଘରକୁ ଆସିବାର ପରମ୍ପରା ରହିଛି। କିନ୍ତୁ ମହାମାରୀ ପାଇଁ ପରମ୍ପରା ମଧ୍ୟ ଓଲଟିଯାଇଛି। କନିଆଁ ପକ୍ଷ ବର ଘରେ ପହଞ୍ଚିଛନ୍ତି । ଉତ୍ତରାଖଣ୍ଡର ଏକ ଗାଁ ସ୍ବାଲା। ନିକଟରେ ଏହାକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି। ତେଣୁ ପୂର୍ବରୁ ଠିକ୍‌ ହୋଇଥିବା ବିବାହକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ବହୁ ବିଚାର ବିମର୍ଶ ପରେ କନିଆଁ ପକ୍ଷର ୪ ଜଣ ସମସ୍ତ ଗାଇଡଲାଇନ୍ସ ସହ ବର ଘର ଗାଁକୁ ଯିବାକୁ ପ୍ରଶାସନ ଅନୁମତି ଦେଇଛି।

ବୁଧବାର କନିଆଁ ପହଞ୍ଚିବା ସହ ବର ଘରେ ବିବାହ ଯଥାରୀତି ସମ୍ପନ୍ନ ହୋଇଛି। ଚମ୍ପାବତର ପୁନାବେ ଗାଁର ବାସିନ୍ଦା କନିଆଁ ୩୨ କି.ମି ଯାତ୍ରା କରି ସ୍ବାଲାର ବର ଘରେ ପହଞ୍ଚିବାକୁ ବାଧ୍ୟ ହୋଇଥିଲେ। ସ୍ବାଲା ଗାଁର ପ୍ରକାଶ ଭଟ୍ଟଙ୍କ ବିବାହ ପୁନାବେର ରମେଶ ବିନାବାଲଙ୍କ ଝିଅ ପ୍ରିୟଙ୍କାଙ୍କ ସହ ମେ ୧୨ରେ ଠିକ୍‌ ହୋଇଥିଲା।  କିନ୍ତୁ ସ୍ବାଲାରେ ଏକାସଙ୍ଗେ ୪୭ ଜଣ କରୋନା ସଂକ୍ରମିତ ହେବା ପରେ ବିବାହର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଦିଆଗଲା।

ଏହା ପରେ ବିବାହକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପରେ କୋଭିଡ୍‌ ଗାଇଡଲାଇନ୍ସ ପାଳନ ସହ କନିଆଁକୁ ଆସିବାକୁ ଅନୁମତି ଦେଇଥିଲା ପ୍ରଶାସନ। କନିଆଁ ସହ ୪ ଜଣଙ୍କୁ ସ୍ବାଲା ପ୍ରବେଶ କରିବାକୁ ପ୍ରଶାସନ ଅନୁମତି ଦେଲା। କନିଆଁ ପ୍ରିୟଙ୍କା ୪ ଜଣଙ୍କ ସହ ବୁଧବାର ସ୍ବାଲା ଯାଇ ପୂର୍ବ ନିର୍ଦ୍ଧାରିତ ତିଥିରେ ବିବାହ କରିଛନ୍ତି।

ବିବାହ ପାଇଁ କନିଆଁ ପ୍ରିୟଙ୍କା, ମା ଭାବନା ଦେବୀ, ପିତା ରମେଶ ବିନବାଲ ଏବଂ ପଣ୍ଡିତ ରଘୁବର ଦତ୍ତ ସ୍ବାଲା ଗାଁରେ ପହଞ୍ଚିଥିଲେ। ବିବାହ ସମ୍ପନ୍ନ ହେବା ପରେ ପ୍ରିୟଙ୍କାଙ୍କ ମା, ବାପା ଏବଂ ପଣ୍ଡିତ ଫେରିଆସିଥିଲେ। ଫେରିବା ପରେ ପ୍ରଶାସନ ସେମାନଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିର୍ଦେଶ ଦେଇଛି। ସେପଟେ ପ୍ରିୟଙ୍କା ନିଜ ଶାଶୁ ଘରେ ରହିଛନ୍ତି।

   Related Posts