Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବିବାହର ମାତ୍ର କିଛି ଘଣ୍ଟା ପରେ ବିଧବା ହେଲେ ନବ ବିବାହିତା କନ୍ୟା : ପରିବାରରେ ଶୋକର ଛାୟା

25/06/2019 at 7:05 PM

ମଥୁରା ୨୫/୬ : ମଙ୍ଗଳବାର ଦିନ ମଥୁରାରେ ଏକ ଏମିତି ଘଟଣା ଘଟିଛି ଜାଣିଲେ ରୋମ ଟାଙ୍କୁରି ଉଠିବ । ବାହାଘର ପରେ ବାପା ଘରୁ ବିଦା ହେଇ ଶାଶୂଘରକୁ ଯାଉଥିବା ଝିଅ ଶାଶୂଘରେ ପହଂଚିବା ପୂର୍ବରୁ ବିଧବା ହୋଇଯାଇଛି । ଅନ୍ଧେରିଗଡିରେ ରହୁଥିବା ୨୨ ବର୍ଷ ବୟସ୍କ ପିଣ୍ଟୁଙ୍କ ବାହାଘର ସର୍ବେଷଙ୍କ ସହିତ ସୋମବାର ଦିନ ହୋଇଥିଲା । ବାହାଘର ସାରିବା ପରେ ମଙ୍ଗଳବାର ସକାଳୁ ପିଣ୍ଟୁ ନିଜ ନବ ବିବାହିତା ସ୍ତ୍ରୀଙ୍କୁ ନେଇ ନିଜ ଘରକୁ ଫେରୁଥିଲେ ।

ବରକନ୍ୟାଙ୍କ ସହ କାର ଅନ୍ୟ ସମ୍ପର୍କୀୟ ମଧ୍ୟ ଥିଲେ । ନୈହଝିଲ ମାର୍ଗ ପ୍ରେମନଗର ଗାଁ ନିକଟରେ କର ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା । ଯାହାଫଳରେ କାରଟି ନିୟନ୍ତ୍ରଣ ହରାଇ ଓଲଟି ଯାଇ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ନବ ବିବାହିତ ବର ସହ ତାଙ୍କ ପିୟୁସିଙ୍କ ମୃତ୍ୟୁ ହୋଇଛି । କନ୍ୟାଙ୍କ ସମେତ ୪ ଜଣ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣା ଦୁଇ ପରିବାରର ଖୁସି ଛଡେଇ ନେଇଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ନବ ବିବାହିତ ବର ଏବଂ ତାଙ୍କ ପିୟୁସିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

   Related Posts