ବିବାହ ବେଦୀରେ ନିଆରା ଦୃଶ୍ୟ: ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Published By : Prameya-News7 Bureau | December 14, 2019 IST

ବାରାଣାସୀ୧୪/୧୨: ଦିନକୁ ପିଆଜ ଦର ହୁହୁ ହୋଇ ବୃଦ୍ଧି ହେଉଛି। ପିଆଜ ଦର ବୃଦ୍ଧିକୁ ନେଇ ବିଭିନ୍ନ ଅଭିନବ ଢ଼ଙ୍ଗ​‌ରେ ପ୍ରତିବାଦ କରାଯାଉଛି। ନିକଟରେ କପିଲ ଶର୍ମାଙ୍କ ସୋ ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କ ପତ୍ନୀଙ୍କୁ ପିଆଜ ଇୟରିଂ ଗିଫ୍ଟ କରିଥିଲେ। ଅକ୍ଷୟ କୁମାରଙ୍କ ଏହି କେହି ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହିଭଳି ଆଉ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି ବିବାହ ବେଦୀରେ ବର-କନ୍ୟା ପରସ୍ପରକୁ ପିଆଜ ହାଇ ପିନ୍ଧାଇଛନ୍ତି। ବିବାହ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ମଧ୍ୟ ପିଆଜ ବର-କନ୍ୟାଙ୍କୁ ପିଆଜ ଗିଫ୍ଟ ପ୍ରଦାନ କରିଥିଲେ।

ଏଭଳି ଦୃଶ୍ୟ ଉତ୍ତରପ୍ରଦେଶର ବାରାଣସୀରେ ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟିର କମଲ ପଟେଲଙ୍କ କହିବା ଅନୁସାରେ ବର୍ତ୍ତମାନ ପିଆଜର ଦର ଆକାଶ ଛୁଆଁ। ସୁନା ଭଳି ପିଆଜ ମଧ୍ୟ ମୂଲ୍ୟବାନ ହୋଇଗଲାଣି। ଏକ ପିଆଜ ଦରକୁ ପ୍ରତିବାଦ କରିବାରେ ବର-କନ୍ୟାଙ୍କ ଏକ ଅଭିନବ ପ୍ରୟାସ। ସେ ଆହୁରି ମଧ୍ୟ କହିଛନ୍ତି ନବ ଦମ୍ପତି ଏକ ଐତିହାସିକ ମୂହୁର୍ତ୍ତିରେ ସେମାନଙ୍କ ପିଆଜ ଦରକୁ ଏଭଳି ବିରୋଧ କରିବା ଏକ ସ୍ବାଗତ ଯୋଗ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.