Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଧା ରହିଗଲା ସାତ ଫେରା : ଲକ୍ଷେ ଟଙ୍କା ଓ ସୁନାଗହଣା ଧରି ଚମ୍ପଟ ମାରିଲା କନ୍ୟା, ପୁରୋହିତ ଆଉ କନ୍ୟାପକ୍ଷ ବି ଗାୟବ

12/04/2021 at 10:44 AM

ମିରଟ ୧୨।୪: ଲୁଟେରା କନ୍ୟା । ବିବାହ ବେଦୀରୁ ଟଙ୍କା, ସୁନାଗହଣା ନେଇ ହୋଇଗଲା ଫେରାର । ବରପକ୍ଷ ଥାନାରେ ଦେଲେ ଏତଲା । ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ।

କନ୍ୟାଠୁ ପୁରୋହିତ ସମସ୍ତେ ଗାୟବ । ମିରଟ ଥାନା ଅନ୍ତର୍ଗତ ଭୁଣ୍ଡବରାଲ ଅଞ୍ଚଳର ଘଟିଛି ଏଭଳି ଘଟଣା । ମୁଜାଫରନଗର ଯୁବକ ଦେବେନ୍ଦ୍ରଙ୍କର ବିବାହ ମିରଟ ପରତାପୁର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ଠିକ୍ ହୋଇଥିଲା । କନ୍ୟାପକ୍ଷ ବିବାହ ପାଇଁ ଲକ୍ଷେ ଟଙ୍କା ଯୌତୁକ ମାଗିଥିଲେ ।  ଏହାପରେ ଉଭୟଙ୍କର ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷ ଲକ୍ଷେ ଟଙ୍କା ଏବଂ ଅନ୍ୟାନ୍ୟ ସୁନାଗହଣା କନ୍ୟାପକ୍ଷକୁ ଦେଇଥିଲେ । ଏହାପରେ ସାତ ଫେରା ନେବା ସମୟରେ ୪ ଫେରା ପରେ କନ୍ୟା ଜଣଙ୍କ ବାଥରୁମ୍ ଯିବା ବାହାନାରେ ଟଙ୍କା ଓ ସୁନାଗହଣା ଧରି ଫେରାର ହୋଇଯାଇଥିଲା । ଏହାପରେ କନ୍ୟାପକ୍ଷ ଓ ପୁରୋହିତ ସମସ୍ତେ ବିବାହ ସ୍ଥାନ ଛାଡି ପଳାଇଯାଇଥିଲେ ।

ବହୁ ସମୟ ପର୍ଯ୍ୟନ୍ତ କନ୍ୟା ନଫେରିବାରୁ ବରପକ୍ଷ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏହାପରେ ବରପକ୍ଷ ଥାନାରେ କନ୍ୟା ଏବଂ କନ୍ୟାପକ୍ଷ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।  ପୋଲିସ ସେମାନଙ୍କ ଖୋଜଖବର ପାଇଁ ଛାନଭିନ୍ ଜାରି ରଖିଛି ।

   Related Posts