Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ରିକ୍ସ ସମ୍ମିଳନୀରେ ପିଏମ ମୋଦୀ, କହିଲେ- ଆମେ ଆତଙ୍କବାଦ ବିରୋଧୀ ଆକ୍ସନ ପ୍ଲାନ ଆପଣାଇଛୁ

9/09/2021 at 6:41 PM

ନୂଆଦିଲ୍ଲୀ ୯/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି। ୨୦୨୧ରେ ୫ ଦେଶ (ବ୍ରାଜିଲ, ଋଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା)କୁ ନେଇ ଗଠିତ ବ୍ରିକ୍ସର ବାର୍ଷିକ୍‌ ଶିଖର ସମ୍ମଳନୀରେ ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷତା ମୋଦୀ କରିଛନ୍ତି ।  ବୈଠକରେ ସେ କହିଛନ୍ତି, ନିକଟରେ ବ୍ରିକ୍ସ ଡିଜିଟାଲ ହେଲ୍ଥ ସମ୍ମିଳନୀର ଆୟୋଜନ ହୋଇଥିଲା। ଟେକନିକ୍‌ର ବ୍ୟବହାର ଦ୍ବାରା ସ୍ବାସ୍ଥ୍ୟ ସୁବିଧା ବଢ଼ାଇବା ପାଇଁ ଏହା ଭଲ ପଦକ୍ଷେପ।’

ଏହା ସହ ସେ ଆହୁରି କହିଛନ୍ତି, ପ୍ରଥମ ଥର ବ୍ରିକ୍ସ ଦେଶ ମଲ୍ଟିଲାଟେରାଲ୍‌ ସିଷ୍ଟମର ଦୃଢ଼ତା ଏବଂ ସୁଧାର ପାଇଁ ଷ୍ଟାଣ୍ଡ ନେଇଛି। ଆମେ ବ୍ରିକ୍ସର କାଉଣ୍ଟର ଟେରୋରିଜିମ୍ ଆକ୍ସନ ପ୍ଲାନ (ଆତଙ୍କବାଦ ବିରୋଧୀ ଆକ୍ସନ ପ୍ଲାନ)ର ପାଳନ କରିଛୁ। ଗତ ଦେଢ଼ ଦଶନ୍ଧୀ ହେଲା ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି ବୋଲି ମଧ୍ୟ ସେ କହିଛନ୍ତି ।

   Related Posts