Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦରମା ମାଗିବାରୁ ଦାଦନ ଶ୍ରମିକଙ୍କ ଆଙ୍ଗୁଠି କାଟି ଏସିଡ୍ ପକାଇଲେ ଇଟାଭାଟି ମାଲିକ

18/12/2018 at 3:41 PM

ସୁନ୍ଦରଗଡ ୧୮|୧୨:  ଦାଦନ ଶ୍ରମିକଙ୍କ ଆଙ୍ଗୁଠି କାଟିଲେ । ଦରମା ମାଗିବାରୁ ଏସିଡ୍‌ ମଧ୍ୟ ପକାଇଲେ । ଦାଦନ ସର୍ଦ୍ଦାରଙ୍କ ବର୍ବରତାର ଶୀକାର ହୋଇଛନ୍ତି ଜଣେ ଶ୍ରମିକ ।  ଆନ୍ଧ୍ର ବିଜୟନଗରମ୍‌ରେ ଏକ ଇଟାଭାଟିରେ କାମ କରିବାକୁ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଦରମା ମାଗିବାରୁ ଦାଦନ ଶ୍ରମିକଙ୍କ ଆଙ୍ଗୁଠି କାଟିଦେଲେ ଇଟାଭାଟି ମାଲିକ । ଏହାସହ ଅନ୍ୟ ଜଣଙ୍କ ଉପରେ ଏସିଡ୍‌ ମଧ୍ୟ ପକାଇ ଦେଇଛନ୍ତି । ଇଟାଭାଟିରେ କାମ କରିବାକୁ ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ ଭୁତନ ଗାଁରୁ ଯାଇଥିଲେ ୧୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରୁ ଖସି ପଳାଇ ଆସିଥିବା ୫ ଜଣ ଶ୍ରମିକ ବର୍ଣ୍ଣନା କରିଛନ୍ତି  ପୁରା ଘଟଣା । ୨ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖସି ଆସିଥିବା ଅନ୍ୟ ୩ ଜଣ ଶ୍ରମିକ ଜିଲ୍ଲାପାଳଙ୍କୁ ଭେଟିବେ । ଏବେବି ବିଜୟନଗରମ୍ ଇଟାଭାଟିରେ ଫଶି ରହିଛନ୍ତି ୬ ଜଣ ଶ୍ରମିକ ।

   Related Posts