Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଷ୍ଟାଫ ସିଲେକ୍ସନ୍‌ କମିଶନରେ ଲାଞ୍ଚ କାରବାର ମାମଲାକୁ ନେଇ କୁହୁଳୁଛି ଅସନ୍ତୋଷର ନିଆଁ, ଜୋର ଧରିଲା ତଦନ୍ତ ଦାବି

5/08/2021 at 2:40 AM

ପୁରୀ ୦୫।୦୮: ରାଜ୍ୟ ଷ୍ଟାଫ୍‌ ସିଲେକ୍ସନ୍‌ ଚାକିରି ପ୍ରଦାନରେ ଲାଞ୍ଚ କାରବାର ମାମଲା ପଦାକୁ ଆସିବା ପରେ ରାଜ୍ୟ ସାରା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି। ଏପରିକି ପ୍ରତିବାଦର  ସ୍ଵର ମଧ୍ୟ ଉଠିବା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ଏହି ମାମଲାକୁ ନେଇ ଏବେ ପୁରୀରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହି ମହାଦୁର୍ନୀତିରେ ସରକାରଙ୍କ ହାତ ରହିଥିବା ଅଭିଯୋଗ କରାଯାଇ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି ହୋଇଛି।

ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏନେଇ ଏକ ଦାବିପତ୍ର ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ରାଜ୍ୟ ଷ୍ଟାଫ୍‌ ସିଲେକ୍ସନର ନିରପେକ୍ଷତା ନିମନ୍ତେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଜରୁରି। କେବଳ ଜଣେ କିରାଣୀ ଚାକିରି ପ୍ରଦାନରେ ସମ୍ପୃକ୍ତ ନ ଥିବା ସ୍ପଷ୍ଟ ସନ୍ଦେହ ହୋଇଥିବାରୁ ଗତ ୨୧ ବର୍ଷରେ ମଧ୍ୟ କେତେ ଚାକିରି ବିକ୍ରି ହୋଇଛି ତାହାର ତଦନ୍ତ ହେଉ ।

ଜିଲ୍ଲା ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନୱାଜ୍‌, ପୁରୀ ଜିଲ୍ଲା ଛାତ୍ର ସଭାପତି ସତ୍ୟପ୍ରକାଶ ବରାଳ, ପ୍ରଭାରୀ ସୌମ୍ୟରଞ୍ଜନ ବରାଳ, ବିଶ୍ୱରଞ୍ଜନ ମହାପାତ୍ର, ଆଶିଷ ପରିଡା, ସୌମ୍ୟରଞ୍ଜନ ବରାଳ, ଆଲୋକ ସାହୁ, ଆଦର୍ଶ ମିଶ୍ର, ଶୁଭଜିତ ଦତ୍ତ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପରେ ଦାବିପତ୍ର ଦେଇଥିଲେ ।

   Related Posts