Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ପିଅନଠୁ ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ହାତରେ ଧରାପଡିଲେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ

4/03/2021 at 10:23 PM

ଅନୁଗୋଳ ୦୪।୦୩: ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କ ଅଫିସର ଜଣେ ପିଅନଙ୍କଠୁ ୪୯ ହଜାର ଟଙ୍କା ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଗଲେ ଅଧିକାରୀ। ଲାଞ୍ଚ ନେବାର ପୂର୍ବ ଅଭ୍ୟାସ୍ ଛାଡି ପାରିନଥିଲେ ଏହି ମହିଳା ଅଧିକାରୀ। ବଦଳିବା ହେବା ପରେ ପୁଣି ଥରେ ଅନୁଗୋଳ ଜିଲ୍ଲାକୁ ଫେରିଥିଲେ। ହେଲେ ଲାଞ୍ଚ ମାଗିବା କଥା ଭୁଲି ନଥିଲେ।

ସୂଚନା ଅନୁଯାୟୀ, ଚତୁର୍ଭୁଜ ପୋଢ଼ଙ୍କୁ ରୋଷେୟା ଭାବେ ୨୦୦୬ ମସିହାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦେଇଥିଲେ । ଏହା ବଦଳରେ ଅଧିକାରୀ ସେତେବେଳେ ରୋଷେୟାଙ୍କୁ କିଛି ଟଙ୍କା ମାଗିଥିଲେ। କିନ୍ତୁ ପିଅନ ଜଣକ ଦେଇ ପାରିନଥିଲେ। ପରବର୍ତ୍ତୀ ସମୟରେ ଚାରୁଲତାଙ୍କ ବଦଳି ହୋଇ ଯାଇଥିଲେ ।

ଏହାର କିଛି ବର୍ଷ ପରେ ପୁଣି ଚାରୁଲତା ଅନୁଗୁଳ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ । ପୁଣି ଥରେ ମାଡାମ ଟଙ୍କା ମାଗିଥିଲେ। ନ ଦେବାରୁ ପିଅନ ଜଣଙ୍କର ତିନି ମାସର ଦରମା ବନ୍ଦ କରିଦେଇଥିଲେ। ୫୦ ହଜାର ଟଙ୍କା ଦେଲେ ବକେୟା ଦରମା ଦିଆଯିବ ବୋଲି କହିଥିଲେ।

ନିରୁପାୟ ହୋଇ ଚତୁର୍ଭୁଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ୪୯ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଚାରୂଲତା ମାଡାମ। ପରେ ଚାରୁଲତାଙ୍କ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଛି।

   Related Posts