Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସାର୍ଟିଫିକେଟ ସଂଶୋଧନ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ଧରା ପଡିଲେ ପ୍ରଧାନଶିକ୍ଷକ

9/10/2020 at 10:17 PM

ନବରଙ୍ଗପୁର ୦୯।୧୦:  ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ତାହା ପୁଣି ଜଣେ ଛାତ୍ରୀଙ୍କ ସାର୍ଟିଫିକେଟ ସଂଶୋଧନ କରିବା  ନିମନ୍ତେ ଅଭିଭାବକ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l

ଖବର ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ  କୁନ୍ଦେଇ ପଞ୍ଚାୟତର ଦନିପାରା ଗ୍ରାମର ଇନ୍ଦୁଲି ରାମ ଗଣ୍ଡଙ୍କ ଝିଅ ଦୁର୍ଗା ବତୀ ଗଣ୍ଡଙ୍କ ଦଶମ ସାର୍ଟିଫିକେଟରେ କିଛି ନାମ ଭୁଲ୍ ରହିଥିଲା। ଏହାର ସଂଶୋଧନ ନିମନ୍ତେ ସେ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଧଳଙ୍କୁ ଜଣାଇଥିଲେ। ଦଶମ ବୋର୍ଡ ସାର୍ଟିଫିକେଟରେ ନାମ ଠିକ୍ ରହି ଥିବା ବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିବା ଯୋଗୁଁ ସଂଶୋଧନ କରିବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ  ଏଥି ନିମନ୍ତେ ପ୍ରଧାନ ଶିକ୍ଷକ ଜଣକ ଦୁଇ ହଜାର ଟଙ୍କା ମାଗି ଥିଲେ।

ଗରିବ ପରିବାର  ହୋଇଥିବାରୁ ଦୁଇ ହଜାର ଟଙ୍କା ଦେବା ସମ୍ଭବପର ହୋଇ ନ ଥିଲା। ଏହା ପରେ ଛାତ୍ରୀଙ୍କ ଅଭିଭାବକ ଏ ସମ୍ପର୍କରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରି ଆଜି ଏକ ଛଅ ଜଣିଆ ଟିମ୍‌ ହାଟ ଭରଣ୍ଡି ସ୍ଥିତ ସରକାରୀ କାର୍ଯ୍ୟାଳୟ ଠାରେ ଚଢ଼ଉ କରିଥିଲେ। ସମସ୍ତ ଯୋଜନା ଅନୁଯାଇ ଦୁଇ ହଜାର ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ଟିମ୍‌ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲା। ଏହା ପରେ ଭିଜିଲାନ୍ସ ପକ୍ଷରୁ ଅଫିସ ସହ ଘରର ସମସ୍ତ କାଗଜ ପତ୍ର ଯାଞ୍ଚ କରି ଥିଲେ।

   Related Posts