ଶବକୁ ବି ଛାଡ଼ିଲେନି :ମାଗିଲେ ଲାଞ୍ଚ

Published By : Prameya-News7 Bureau | August 04, 2018 IST

ଲାଞ୍ଚ ନ ଦେଲେ ହୋଇପାରିବନି ଶବ ବ୍ୟବଛ୍ଛେଦ, ଏଏସ୍ଆଇଙ୍କ ବିରୋଧରେ ଏହିପରି ଏକ ସାଂଘାତିକ ଅଭିଯୋଗ ଆସିଛି। ଏଥିପାଇଁ ମୃତକଙ୍କ ପରିବାର ଉପଜିଲ୍ଲାପାଳଙ୍କ ଦାରସ୍ଥ ହୋଇଛନ୍ତି। ବାଲେଶର ଜିଲ୍ଲା ନୀଳଗିରି ବ୍ଲକ୍ ନରଣପୁର ଅଞ୍ଚଳରେ ଶରତ ରାଉତ ନାମକ ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ଟଳିପଡ଼ିଥିଲେ। ଗତକାଲି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିନଥିଲା। ନୀଳଗିରି ପୋଲିସ୍ ଉପସ୍ଥିତିରେ ଆଜି ଦିନ ଏଗାରଟାରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କରୁଥିବା ଏଏସ୍ଆଇ ଶରତ କୁମାର ଧଳ ଶବ ବ୍ୟବଛେଦ ପାଇଁ ମୃତକଙ୍କ ପରିବାରକୁ ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେଲେ ତୁରନ୍ତ ଶବ ବ୍ୟବଛେଦ ହେବ ନଚେତ୍ ବିଳମ୍ବ ହେବ ବୋଲି କହିଥିଲେ। ଅଭିଯୋଗ ପାଇବା ପରେ ତଦନ୍ତ କରି ତୁରନ୍ତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ସମ୍ପୃକ୍ତ ଏଏସ୍ଆଇ କିନ୍ତୁ ଏହି ଘଟଣାକୁ ଖଣ୍ଡନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.