Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାବୁ ମାଗୁଛନ୍ତି ଲାଞ୍ଚ : ସରକାରୀ ଯୋଜନାରେ ଋଣ ବଦଳରେ ଯେମିତି ହେଉ କିଛି ଦେବାକୁ ପଡିବ, ଅଭିଯୋଗକୁ କିନ୍ତୁ ମାନିବାକୁ ନାରାଜ ଅଧିକାରୀ

16/09/2020 at 6:25 PM

ଝାରସୁଗୁଡା,୧୬ ।୦୯: ଆସ ଟଙ୍କା ଦିଅ, ଟଙ୍କା ନିଅ । ଏହିଭଳି ଡାକ ଶୁଣିବାକୁ ମିଳୁଛି ଝାରସୁଗୁଡା ପୌରପରିଷଦ କାର୍ଯ୍ୟାଳୟରେ । ପୌର କାର୍ଯ୍ୟାଳୟର ଜଣେ ବାବୁ ମହିଳାମାନଙ୍କ ସହ ଯୁବକ ମାନଙ୍କଠାରୁ ଆଦାୟ କରୁଛନ୍ତି ହଜାର ହଜାର ଟଙ୍କା । ଆଉ ବାବୁ ମାଲାମାଲ ହେଉଥିବା ବେଳେ ଉପଭୋକ୍ତା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି  । ଏପରି ଅଭିଯୋଗ ଆସିଛି ପୌର କାର୍ଯ୍ୟାଳୟରେ ଜାତୀୟ ସହରୀ ଜିବୀକା ମିଶନର ପରିଚାଳକ ବି.ଇଶ୍ୱର ରାଓଙ୍କ ନାଁରେ |

ଝାରସୁଗୁଡ଼ା ପୌରପାଳିକାରେ କର୍ତ୍ତବ୍ୟରତ ଅଧିକାରୀମାନେ ଦୁର୍ନୀତି କରିବାକୁ ଆପଣାଉଛନ୍ତି ନୁଆ ନୁଆ କୌଶଳ । ଉଦ୍ଦେଶ୍ୟ ଟଙ୍କା ହାତେଇ ଲୋକଙ୍କୁ ସେବା ପ୍ରଦାନ ନାମରେ ସେମାନଙ୍କୁ ଶୋଷଣ କରିବା । ଏମିତି କିଛି ଅଧିକାରୀଙ୍କ ଟାର୍ଗେଟରେ ଅଛନ୍ତି ସ୍ୱୟଂସହାୟିକା ମହିଳା ଗୋଷ୍ଠୀର ସଦସ୍ୟା ।  ବିଭିନ୍ନ ପ୍ରକାରର କାର୍ଯ୍ୟ କରାଇ ଦେବାକୁ ଲାଞ୍ଚ ଆକାରରେ ହିତାଧିକାରୀମାନଙ୍କଠାରୁ ହଜାର ହଜାର ଟଙ୍କା ନେଇ ମାଲାମାଲ ହେଉଛନ୍ତି ଅଧିକାରୀ। । ସାଧାରଣ ଜନତା ଗଣୁଛନ୍ତି ଟଙ୍କା, କିନ୍ତୁ ବାବୁମାନଙ୍କ ଲୋଭର ସୀମା ନାହିଁ। ଏହିପରି ଏକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଅନେକ ମହିଳା । ଏହାକୁ ନେଇ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ ବି କରିଛନ୍ତି ମହିଳାମାନେ । ଏପରି ଅଭିଯୋଗ ଆସିଛି ଝାରସୁଗୁଡ଼ା ପୌରପାଳିକାର ଜାତୀୟ ସହରୀ ଜୀବିକା ମିଶନର ଅଧିକାରୀ ବି. ଈଶ୍ୱର ରାଓଙ୍କ ନାଁରେ । ସେ ମହିଳାମାନଙ୍କୁ ବିଭିନ୍ନ ଯୋଜନାରେ ଋଣ କରାଇ ଦେବାକୁ କହି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦାବି କରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ଟଙ୍କା ନୁହେଁ  ଟଙ୍କା ବ୍ୟତୀତ ମିଠା, ଶାଢୀ, ନିଜ ପତ୍ନୀଙ୍କ ବିଉଟିପାର୍ଲର ଖର୍ଚ୍ଚ ବି ନିଅନ୍ତି |ଟଙ୍କା ନଦେଲେ ଫାଇଲ ଆଗକୁ ଗଡେନାହିଁ ବୋଲି କହିବା ସହ ଜୀବନ ଜୀବିକା ପାଇଁ ସରକାରୀ ସହାଯତା ରାଶି ପାଇଵାକୁ ନାକେଦମ୍ ହେଉଥିବା ମହିଳାମାନେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  

କେବଳ ଏତିକି ନୁହେଁ ଝାରସୁଗୁଡା ପୌରାଞ୍ଚଳରେ ଜାତୀୟ ସହରୀ ଜୀବିକା ମିଶନର ଦାୟିତ୍ୱରେ ଥିବା ଅଧିକାରୀ ବି.ଇଶ୍ୱର ରାଓଙ୍କ ନାଁରେ ରହିଛି ମାଳମାଳ ଅଭିଯୋଗ । ମିଶନଶକ୍ତି ଜରିଆରେ ଏସଏଚଜି ଗ୍ରୁପର ମହିଳା ସଦସ୍ୟାଙ୍କ ରୁଣ ବା ସହାୟତା ହେଉ କିମ୍ବା ଏସଏଚଜି ଗ୍ରୁପ୍ ମହାସଂଘକୁ ସହାୟତା ଅବା ବିପିଏଲ ରାସନ କାର୍ଡ ଜରିଆରେ ଜୀବିକା ବଞ୍ଚାଇବାକୁ ସରକାରୀ ଯୋଜନାରେ ରହିଥିବା ରୁଣ ସହାୟତା ହେଉ ସବୁଠି ବାବୁଙ୍କ ଟଙ୍କା ଦରକାର । ବାବୁଙ୍କୁ ଟଙ୍କା ବ୍ୟତୀତ ମହିଳାମାନଙ୍କ ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ରହିଥିବା ଅଭିଯୋଗ କରିଛନ୍ତି କିଛି ସଂଗଠନର ସଦସ୍ୟା । କେବଳ ସେତିକି ନୁହେଁ ଏହି ବାବୁ ଜଣକ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା ଭତ୍ତା ଦାୟିତ୍ୱରେ ନଥିବା ସତ୍ତ୍ୱେ ଉପଭୋକ୍ତାମାନଙ୍କ ଠାରୁ ଅର୍ଥ ନମିଳିଲେ କିଛି କରାଇ ଦେଉ ନଥିବା ଅଭିଯୋଗ ମଧ୍ୟ ହୋଇଛି । ଏଭଳି ବାବୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ଦାବି କରିଛନ୍ତି ମହିଳା ଗୋଷ୍ଠୀ । ଅପରପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବି.ଇଶ୍ୱର ରାଓ । ନ୍ୟୁଜ7 କ୍ୟାମେରା ସାମାନାରେ ରାଜ୍ୟରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ପୁରସ୍କ୍ରୁତ ହୋଇଥିବା ବେଳେ ତାଙ୍କୁ ତାଙ୍କ ପତ୍ନୀଙ୍କୁ ଡାଇବେଟିସ ହୋଇଥିବାରୁ ଲାଞ୍ଚ ଓ ମିଠା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ତାଙ୍କୁ ଅଯଥାରେ ଟାର୍ଗେଟ କରି ବଦନାମ କରାଯାଉଛି ବୋଲି କହିଛନ୍ତି ।

   Related Posts