Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଣ୍ଟିଗୁଆରେ ଲାରା ମ୍ୟାଜିକ୍ ଏବେବି ରୋମାଞ୍ଚିତ କରେ, ୧୬ ବର୍ଷ ହେଲାଣି ସେ ରେକର୍ଡର ପାଖାପାଖି ପହଁଚିନାହାଁନ୍ତି କେହି

16/05/2020 at 3:23 PM

ଆଣ୍ଟିଗୁଆ, ୧୬|୦୫: ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟସମ୍ୟାନ ବ୍ରାଏନ ଲାରା ବିଶ୍ୱର ମହାନ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ । ସେ ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି । ଏପରିକି ଭିଭି ରିଚାର୍ଡସ୍ ଓ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି ମଧ୍ୟ ଲାରାଙ୍କୁ ପ୍ରଶଂସା କରନ୍ତି । ଲାରା ଏପରି ଏକ ଇନିଂସ ଖେଳିଥିଲେ ଯାହା ସର୍ବଦା ଚର୍ଚ୍ଚାରେ ରହିଛି। ଏହି ଇନିଂସରେ ଲାରା ଏପରି ରେକର୍ଡ ଅର୍ଜନ କରିଥିଲେ ଯାହାକୁ କେହି ବ୍ୟାଟସମ୍ୟାନ୍ ଭାଙ୍ଗି ପାରି ନାହାଁନ୍ତି ।

ଲାରା ୨୦୦୪ରେ ନିଜ ହୋମ୍ ଗ୍ରାଉଣ୍ଡ ଆଣ୍ଟିଗୁଆରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୪୦୦ ରନର ଐତିହାସିକ ଇନିଂସ ଖେଳିଥିଲେ । ଏହା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ବଡ ଇନିଂସ ଅଟେ । ଲାରା ଏହି ରନ ସ୍କୋର କରିବା ପାଇଁ ୪୩ଟି ଚୌକା ଓ ୪ଟି ଛକ୍କା ଲଗାଇଥିଲେ । ଏହାସହ ୫୮୨ଟି ବଲର ସାମ୍ନା ମଧ୍ୟ କରିଥିଲେ । ଟେଷ୍ଟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ରନ କରିବାର ରେକର୍ଡ ଲାରାଙ୍କ ନାମରେ ଥିଲା ।

ଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ଡ୍ରରେ ଶେଷ ହୋଇଥିଲା । ଏହି ମ୍ୟାଚରେ ଟସ୍ ଜିତି ଇଣ୍ଡିଜ ପ୍ରଥମ ଇନିଂସରେ ୭୫୧ ରନ କରିଥିବା ବେଳେ ଇଂଲଣ୍ଡ ୨୮୨ ରନରେ ଅଟକି ଯାଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ରକ୍ଷଣାତ୍ମକ ଇନିଂସ ଖେଳିଥିଲା । ଦଳ ୫ ଓ୍ୱିକେଟ ହରାଇ ୪୨୨ ରନ କରିପାରି ଥିଲା । ଫଳରେ ମ୍ୟାଚ ଡ୍ରରେ ଶେଷ ହୋଇଥିଲା ।

ଲାରା ମୋଟ ୧୩୧ ଟେଷ୍ଟରୁ ୧୧୯୫୩ରନ କରିଛନ୍ତି । ଏଥିରେ ୩୪ଟି ଶତକ ଓ ୪୮ଟି ଅର୍ଧଶତକ ରହିଛି । ସେହିପରି ଦିନିକିଆରେ ଲାରା ୨୯୯ଟି ମ୍ୟାଚରେ ୧୦,୪୦୫ ରନ କରିଥିବା ବେଳେ ୧୯ଟି ଶତକ ଓ ୬୩ଟି ଅର୍ଧଶତକ ସାମିଲ ରହିଛି । ଟେଷ୍ଟରେ ସେ ୯ଟି ଦ୍ୱିଶତକ ମଧ୍ୟ ଲଗାଇଛନ୍ତି ।

   Related Posts