Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଲାରାଙ୍କୁ ପସନ୍ଦ ଆସିଲା ଋଷଭ ପନ୍ତଙ୍କ ବ୍ୟାଟିଂ, କହିଲେ…

9/10/2020 at 5:47 PM

ଦୁବାଇ, ୦୯୧୦ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ମହାନ ଖେଳାଳି ବ୍ରାଏନ ଲାରା ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି । ପନ୍ତ ଅଫସାଇଡ୍ ଖେଳରେ ସୁଧାର ଆଣିଥିବା ଲାରା କହିବା ସହ ଆଗାମୀ ଦିନରେ ସେ ଭଲ ଖେଳିବେ ବୋଲି କହିଛନ୍ତି ।

ଆଇପିଏଲରେ ଦିଲ୍ଲୀ ତରଫରୁ ଖେଳୁଥିବା ୨୩ ବର୍ଷୀୟ ପନ୍ତ ଚଳିତ ସିଜିନରେ ୫ଟି ମ୍ୟାଚ୍ ଖେଲି ୧୭୧ ରନ୍ କରି ସାରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୪୦ । ତେବେ ଲାରା ଷ୍ଟାର୍ ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ପ୍ରମୁଖ ଖେଳାଳି । ସେ ନିଜ ଖେଳରେ ଅନେକ ସୁଧାର ଆଣିଛନ୍ତି । ପୂର୍ବାପେକ୍ଷା ଭଲ ଖେଳୁଛନ୍ତି । ତାଙ୍କ ବ୍ୟାଟିଂରେ ପରିବର୍ତ୍ତନ ଆସିଛି । ପୂର୍ବରୁ ପନ୍ତ କେବଳ ଅନ ସାଇଡ୍ ବା ଲେଗ୍ ସାଇଡରେ ସଟ୍ ଖେଳୁଥିଲେ । ଏବେ ଅଫ୍ ସାଇଡରେ ସେ ବିଭିନ୍ନ ସଟ୍ ଖେଳୁଛନ୍ତି । ଏପରିକି ପନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଥିବା ଲାରା କହିଛନ୍ତି ।

ଲାରା ଆହୁରି କହିଛନ୍ତି ଯେ, ପନ୍ତ ପୂର୍ବରୁ କେବଳ ଲେଗ୍ ସାଇଡରେ ରନ୍ ସଂଗ୍ରହ କରୁଥିଲେ । ଅଫ୍ ସାଇଡରେ ବ୍ୟାଟିଂ କରିବା ତାଙ୍କ ପାଇଁ କଷ୍ଟକର ଥିଲା । କିନ୍ତୁ ଏବେ ପନ୍ତଙ୍କ ଉପରେ ନଜର ପକାଇଲେ ସେ ଏତିରେ ପରିବର୍ତ୍ତନ କରିଛନ୍ତି । ଅଫ୍ ସାଇଡରେ ଆକର୍ଷଣୀୟ ସଟ୍ ଖେଳୁଛନ୍ତି । ବାଉଣ୍ଡରୀ ମାରିବା ସହ ସିଙ୍ଗିଲ୍ ରନ୍ ମଧ୍ୟ ନେଉଛନ୍ତି । କାରଣ କେଉଁଥିରୁ ସଫଳତା ମିଳିବ ପନ୍ତ ତାହା ବୁଝି ପାରିଛନ୍ତି । ଲେଗ୍ ସାଇଡରେ ବିଫଳ ହେବାରୁ ଏବେ ସେ ଅଫ୍ ସାଇଡରେ ଅଧିକ ଧ୍ୟାନ ଦେଉଛନ୍ତି । ଷ୍ଟାଡିୟମର ସବୁ ଦିଗକୁ ସଟ୍ ଖେଳୁଛନ୍ତି । ଏପରିକି ପନ୍ତ ଆଗକୁ ଆହୁରି ସୁଧାର କରିବେ ବୋଲି ଲାରା ଆଶାପ୍ରକଟ କରିଛନ୍ତି ।

   Related Posts