ବ୍ରେଟ୍ ଲି କହିଲେ, 'ପ୍ଲେଏର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ହେବେ ଏହି ଖେଳାଳି

Published By : Prameya-News7 Bureau | July 04, 2019 IST

ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକ ସ୍ଥିତିରେ ଅଛି । ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପୁରା ଚେଷ୍ଟା ଚଲାଇଛି । ଅଷ୍ଟ୍ରେଲିଆ ଟିମ ୮ଟି ମ୍ୟାଚରେ ୧୪ ଅଙ୍କ ସହ ଟପରେ ଅଛି ।  ଅଷ୍ଟ୍ରେଲିଆର ପୁର୍ବତନ ଦୃତ ବୋଲର ତଥା ବରିଷ୍ଟ ଖେଳାଳି ବ୍ରେଟ୍ ଲି କହିଛନ୍ତି ଯେ, ଏମିତି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ ଚଳିତ ବିଶ୍ୱକପରେ ପ୍ଲେଏର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହେବେ । ଆସନ୍ତୁ ଜାଣିବା ସେ କେଉଁ ଖେଳାଳି

{"id":130364}

ବ୍ରେଟ୍ ଲିଙ୍କ ଅନୁସାରେ, ଡେଭିଡ୍ ୱାର୍ନର ନିଜର ଅଦ୍ଭୁତ ପ୍ରତିଭା ସହ ସେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇଦେଇ ବିଶ୍ୱକପରେ ପ୍ଲେଏର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପ୍ରତିଭା ନିଜ ନାଁରେ କରିବେ । ଡେଭିଡ୍ ୱାର୍ନରଙ୍କ ମଧ୍ୟରେ ସେହି ଆସ୍ପୃହା ରହିଛି । ସେ ଏଯାଏଁ ସବୁଠାରୁ ଭଲ ବ୍ୟାଟିଙ୍ଗ କରିଛନ୍ତି । ଲି କହିଛନ୍ତି, ୱାର୍ନରଙ୍କ ଆଖିରେ ଏବଂ ତାଙ୍କ ସଟ୍ସରେ ସେହି ଆସ୍ପୃହା ସ୍ପଷ୍ଟ ବାରି ହେଉଛି । ସେ ନିଜ ୱିକେଟ ହରାଇ ନାହାନ୍ତି ଏବଂ ଅତ୍ୟନ୍ତ ଭଲ ବ୍ୟାଟିଙ୍ଗ କରିଛନ୍ତି ।

{"id":130365}

ସୂଚନାଯୋଗ୍ୟ ଯେ, ଡେଭିଡ୍ ୱାର୍ନର ଚଳିତ ବିଶ୍ୱକପରେ ସବୁଠାରୁ ଅଧିକ ରନ କରିଛନ୍ତି । ସେ ଏଯାଏଁ ୮ଟି ମ୍ୟାଚରେ ୫୧୬ ରନ କରିଛନ୍ତି । ତାଙ୍କର ସବୁଠାରୁ ଅଧିକ ସ୍କୋର ହେଲା ୧୬୬ ରନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.