Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀପିକା ପାଦୁକୋଣଙ୍କଠାରୁ ହଟ୍‌ ହେଉଛନ୍ତି ଏହି ସାଉଥ ଅଭିନେତ୍ରୀ, ଦେଖନ୍ତୁ ଫଟୋ

6/09/2019 at 4:42 PM

ମୁମ୍ବାଇ୬|୯: ସାଉଥ ଅଭିନେତ୍ରୀ ଅମଲା ପଲ୍‌ଙ୍କ ଫିଗର ବଲିଉଡ ଅଭିନେତ୍ରୀ ଦୀପିକାଙ୍କଠାରୁ ମଧ୍ୟ ବେଶ ହଟ୍‌। ତାଙ୍କ ଆକର୍ଷଣୀୟ ଫିଗର ଓ ଅଭିନୟ ପାଇଁ ସେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।

ତେବେ ସୋସିଆଲ ମିଡିଆରେ ହଟ୍‌ ଅଭିନେତ୍ରୀ ଅମଲାଙ୍କ ଫଟୋ ଦେଖିବା ଦର୍ଶକ ଖୁବ ପସନ୍ଦ କରନ୍ତି।

ଅମଲା ଅଗଣିତ ହିଟ୍‌ ଫିଲ୍ମ ସାଉଥ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ଲୋକପ୍ରିୟ ଅଭିନେତ୍ରୀ ଅମଲା ୧୯୯୧ ମସିହା ଅକ୍ଟବର ମାସ ୨୬ ତାରିଖରେ ଜନ୍ମ ହୋଇଥିଲେ।

୨୦୦୯ ମସିହାରେ ମଲାୟଲମ୍‌ ଫିଲ୍ମ ନୀଲାମଥାରାରେ ଅଭିନୟ କରି ସେ ସିନେମା ଜଗତରେ ପାଦ ଦେଇଥିଲେ।

ଏହି ଫିଲ୍ମ ମଲାୟଲମ୍‌ ଭାଷାରେ ରିଲିଜ ହେବା ପରେ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା। ନିଜ ଅଭିନୟ ଓ ପ୍ରଦର୍ଶନ ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିସାରିଛି।  

ଫିଲ୍ମ ନିର୍ଦ୍ଦେଶକ ଏଏଲ୍‌ ବିଜୟଙ୍କୁ ଅମଲା ବିବାହ କରିଥିଲେ। ହେଲେ ଉଭୟଙ୍କର ଏବେ ବିବାହ ବିଚ୍ଛେଦ ହୋଇସାରିଛି।

   Related Posts