Breaking News : News7
1/06/2018 at 4:11 PM

1 – ସିଲକ୍ ସିଟି ବ୍ରହ୍ମପୁର ସହର। ପୁରୁଣା ବ୍ରହ୍ମପୁର ଅଞ୍ଚଳର ବଡବଜାର ପୁଲିସ ଥାନା ଅନ୍ତର୍ଗତ ଜମାଦେଇପେଣ୍ଠ ସାହି। ଏହି ସାହିରେ ରହୁଥିଲେ ବୃଦ୍ଧା ଜମ୍ଭୁବତୀ ସାହୁ। ବୃଦ୍ଧା ଏକାକୀ ଘରେ ରହୁଥିବା ବେଳେ ଉପର ଘର ଭଡାକୁ ଦେଇଥିଲେ। ଏକୁଟିଆ ରହୁଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟି ନେବା ସହ ବୃଦ୍ଧାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆମ ପୁଲିସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହରରେ ସିନିୟର୍ ସିଟିଜନ୍ଙ୍କୁ ହତ୍ୟା କରାଯିବା ଘଟଣା ଏବେ ସମସ୍ଥଙ୍କ ପାଇଁ ଚିନ୍ତାର କାରଣ ନିଶ୍ଚିତ। ସିନିୟର୍ ସିଟିଜନ୍ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏଭଳି ଘଟଣାକୁ ନେଇ ବିବ୍ରତ ଥିବା ବେଳେ ପରିବାର ସଦସ୍ୟ ପହଞ୍ଚି ଘଟଣାର ତଦନ୍ତ କରି ଦୋଷୀଙ୍କ ବିଋଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।
2 – ୟୁପି ମୁଖ୍ୟମନ୍ତ୍ରୀଙ୍କ ଦିବ୍ୟଜ୍ଞାନ। ରାମାୟଣ ଯୁଗରେ ଥିଲା ଟେଷ୍ଟଟ୍ୟୁବ ବେବି ବିଜ୍ଞାନ। ସୀତା ଥିଲେ ଟେଷ୍ଟଟ୍ୟୁବ ବେବି । ମହାଭାରତ ଯୁଗରେ ହେଉଥିଲା ଲାଇଭ୍ ଟେଲିକାଷ୍ଟ୍ ।
3 – ଭାରତ ଇସ୍ରାଏଲ୍ରୁ ଆଣୁଛି ସ୍ପାଇକ୍ ମିସାଇଲ୍ । ସ୍ପାଇକ୍ ମିସାଇଲ୍ରେ ରହିଛି ଟ୍ୟାଙ୍କ ବିଧ୍ୱଂସୀ କ୍ଷମତା ।
4 – ପୁଣି ଗଞ୍ଜାମରେ ଲଜ୍ଜା । ରମ୍ଭା ଥାନା ଅନ୍ତର୍ଗତ ବଡ଼ଚୋକଡ଼ା ଗାଁରେ ଜଣେ ନାବାଳିକାକୁ ଦୁଶ୍କର୍ମ ଅଭିଯୋଗ । ଏହି ଗାଁର ଜଣେ ନାବାଳିକାକୁ ସେହି ଅଞ୍ଚଳର ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ତିନି ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଯୁବକ ଏବଂ ଜଣେ ନାବାଳକ ।