Breaking News : News7 (13.08.2018)

Published By : Prameya-News7 Bureau | August 13, 2018 IST

୧) ୨ ଶିଶୁ କନ୍ୟାକୁ ବିଷ ପିଆଇଲା ମା : ଆନନ୍ଦପୁର ଶୋଷ ଥାନା ନାହା ଗାଁରେ ପାରିବାରିକ କଳହର କରୁଣ ପରିଣତି । ୨ ଶିଶୁ କନ୍ୟାକୁ ବିଷ ପିଆଇଲା ମା । ବିନୋଦ ଜେନାଙ୍କ ସ୍ତ୍ରୀ ଜାମିନୀ ନିଜ ବର୍ଷକର ଶିଶୁ କନ୍ୟା ଓ ୨ ବର୍ଷୀୟ ଶିଶୁ କନ୍ୟାକୁ ବିଷ ପିଆଇ ଦେଇଛି । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାମୀ ଓ ପରିବାର ଲୋକଙ୍କ ସହ ମନାନ୍ତର ଯୋଗୁଁ ବର୍ଷେ ହେଲା ଅଲଗା ରହୁଥିଲେ ଜାମିନୀ । ୨) ଛତିଶା ନିଯୋଗ ବୈଠକରେ ସୁପ୍ରିମ୍ କୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ମଧ୍ୟରୁ ୯ଟିରେ ସହମତି ହେଲେ ସେବାୟତ । ମହାପ୍ରସାଦର ମାନ ନିର୍ଦ୍ଧାରଣ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଆନନ୍ଦ ବଜାରରେ ଏଥର ଲାଗିବ ରେଟ୍ ଚାର୍ଟ । ଶ୍ରୀମନ୍ଦିର ପରିସର ଭିତରେ ଅତ୍ୟାବଶ୍ୟକ ଶୌଚାଳୟ ବ୍ୟବସ୍ଥା କରାଯିବ । ତେବେ ଏହି ବୈଠକରେ ତିନିଟି ପ୍ରସ୍ତାବ ଉପରେ କୌଣସି ସହମତି ହୋଇନାହିଁ । ବଂଶାନୁକ୍ରମିକ ସେବା ନୀତିରେ ଅସହମତି ସହ ଦାନ ଦକ୍ଷିଣାରେ ଅସହମତି ଓ ଶ୍ରୀମନ୍ଦିର ଆଇନ ସଂଶୋଧନ ନକରିବାକୁ ବୈଠକରେ ଦାବି କରିଛନ୍ତି ସେବାୟତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.